ରିପୋର୍ଟିଂ ବେଳେ ପୋଲିସ ଗୁଳିରେ ଆହାତ ହେଲେ ସାମ୍ବାଦିକା । ଏକ ହିଂସାତ୍ମକ ପ୍ରତିବାଦ ଘଟଣାରେ ଲାଇଭ ରିପୋର୍ଟି କରୁଥିବା ବେମ୍ମେହିଳା ସାମ୍ବାଦିକାଙ୍କ ଉପରକୁ ରବର ଗୁଳି ମାଡ କରିଥିଲା ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି ଆମେରିକା ଲସ୍ ଆଞ୍ଜେଲସ୍ ରେ । ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ବହୁ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଥିଲା ।ପ୍ରକୃତରେ, ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ, ପୋଲିସ ଲସ୍ ଆଞ୍ଜେଲସର ଅନେକ ସ୍ଥାନରେ ଲୁହ ବୁହା ଗ୍ୟାସ୍ ସେଲ୍ ସହିତ ରବର ଗୁଳି ମଧ୍ୟ ବ୍ୟବହାର କରିଥିଲା। ଏହି ସମୟରେ, ପୋଲିସକର୍ମୀ ରିପୋର୍ଟରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।
ଲସ୍ ଆଞ୍ଜେଲସ୍ରେ ପୋଲିସ ଗୁଳି କରିଥିବା ମହିଳା ରିପୋର୍ଟରଙ୍କ ନାମ ଲରେନ୍ ଟୋମାସି। ଲରେନ୍ ଅଷ୍ଟ୍ରେଲିଆର ଜଣେ ଜଣାଶୁଣା ମହିଳା ସାମ୍ବାଦିକ। ଲସ୍ ଆଞ୍ଜେଲସ୍ରେ ହିଂସା ଘଟିବା ପରେ ଲରେନ୍ ରିପୋର୍ଟିଂ କରୁଥିଲେ, ଏହି ସମୟରେ ପଛରେ ଠିଆ ହୋଇଥିବା ଜଣେ ପୋଲିସ କର୍ମଚାରୀ ଲରେନ୍ଙ୍କ ଗୋଡ଼ରେ ରବର ଗୁଳି ଚଳାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଗୁଳିଟି ଲରେନଙ୍କ ଗୋଡରେ ବାଜିଛି, ଯାହା ପରେ ସେ ତଳକୁ ନଇଁ ପଡ଼ିଛନ୍ତି। ଲରେନ ପଛରୁ କହୁଥିବା ଦେଖାଯାଉଛି, “ମୁଁ ଠିକ୍ ଅଛି”। ତେବେ ଗ୍ରାଉଣ୍ଡ ରିପୋର୍ଟିଂ ସମୟରେ ପୋଲିସ ତାଙ୍କୁ ଜାଣିଶୁଣି ଟାର୍ଗେଟ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ ।
In LA, riot police shot an Australian journalist with a rubber bullet, apparently without provocation, as she was reporting from the scene. pic.twitter.com/CFtP92e9kS
— Pekka Kallioniemi (@P_Kallioniemi) June 9, 2025
ଆପଣଙ୍କୁ କହିରଖୁଛୁ ଯେ ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶରେ ୨ ଦିନ ପୂର୍ବରୁ କିଛି ଅଞ୍ଚଳରେ ପ୍ରବାସୀ ନାଗରିକଙ୍କ ଉପରେ ଚଢାଉ କରାଯାଇଥିଲା। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ଲସ୍ ଆଞ୍ଜେଲସରେ ପ୍ରାୟ ୩୦୦ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରିଥିଲେ। ଅନେକ ଲୋକ ରାସ୍ତାକୁ ଆସି ଟ୍ରମ୍ପଙ୍କ ନିର୍ବାସନ ଅଭିଯାନ ବିରୋଧରେ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଏହି ପ୍ରତିବାଦ କିଛି ସମୟ ମଧ୍ୟରେ ହିଂସାର ରୂପ ନେଇଥିଲା।