ହିଂସା ଆଶଙ୍କାରେ ଆମେରିକାରେ ହାଇ ଆଲର୍ଟ

ୱାସିଂଟନ: କିଏ ହେବ ଆମେରିକାର ନୂଆ ରାଷ୍ଟ୍ରପତି, ତା ଉପରେ ଏବେ ସମସ୍ତଙ୍କ ନଜର । ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଡେନଙ୍କ ପଲ୍ଲା ଏବେ ବି ଭାରି ରହିଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପାଇଁ ୨୭୦ ଇଲେକ୍ଟୋରାଲ ଭୋଟ ଆବଶ୍ୟକ ଥିବା ବେଳେ ସେ ୨୬୪ ଭୋଟ ପାଇ ସାରିଛନ୍ତି । ବାଡେନଙ୍କ ବିଜକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଡେନଙ୍କ ବିରୋଧରେ ଭୋଟ ଜାଲିଆତି ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଆମେରିକାରେ ଏବେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ହିଂସା ଆଶଙ୍କା କରି ସାରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ହିଂସା ଉସୁକାଉଥିବା ଅଭିଯୋଗରେ ୫୦ ଜଣଙ୍କୁ ଗିରଫ କରାଗଲାଣି । ସେପେଟ ପରିସ୍ଥିତି ଅସମ୍ଭାଳ ହେବାରୁ ପୋର୍ଟଲାଣ୍ଡରୁ ୧୧ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଭୋଟ ଗ୍ରହଣ ପରେ ଗଣତି ଆରମ୍ଭ ହେବା ମାତ୍ରେ ଜାଲିଆତି ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲେ ଟ୍ରମ୍ପଙ୍କ ସମର୍ଥକ ।