ଶାହାରୁଖ୍ ଖାନଙ୍କୁ ଭେଟିଲେ ଆମେରିକୀୟ ରଷ୍ଟ୍ରଦୂତ

ଏ ସଂକ୍ରାନ୍ତରେ ଟୁଇଟ୍ କରି ସେ କହିଛନ୍ତି, ମୋର କ’ଣ ବଲିଉଡ୍ରେ ‘ଡେବ୍ୟୁ’ କରିବାର ସମୟ ଆସିଯାଇଛି? ବାସଭବନ ‘ମନ୍ନତ୍’ରେ ସୁପର୍ଷ୍ଟାର୍ ଶାହାରୁଖ ଖାନ୍ଙ୍କ ସହିତ ଚମତ୍କାର ଆଲୋଚନା ହେଲା

0

ମୁମ୍ବାଇ:ମଙ୍ଗଳବାର ଦିନ ମୁମ୍ବାଇସ୍ଥିତ ଶାହାରୁଖ୍ ଖାନ୍‌ଙ୍କ ବାସ ଭବନ ‘ମନ୍ନତ’ ରେ ଭାରତରେ ନୂଆ ନିଯୁକ୍ତ ପାଇଥିବା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଭେଟିଥିଲେ । ଶାହାରୁଖ୍ ଙ୍କୁ ଭେଟିବା ସମୟରେ ସେ ବହୁତ ଖୁସି ହୋଇଥିଲେ ତା ସହ ବଲିଉଡ ବିଶ୍ୱରେ ବଲିଉଡ୍ ଚାହିଦା ଓ ବଲିଉଡ କ୍ରେଜ ବିଷୟରେ ଆଳେଚନା କରିଥିଲେ ।

ଏ ସଂମ୍ପର୍କରେ ଟୁଇଟ୍ କରି ସେ କହିଛନ୍ତି, ମୋର କ’ଣ ବଲିଉଡ୍ରେ ‘ଡେବ୍ୟୁ’ କରିବାର ସମୟ ଆସିଯାଇଛି? ବାସଭବନ ‘ମନ୍ନତ୍’ରେ ସୁପର୍ଷ୍ଟାର୍ ଶାହାରୁଖ ଖାନ୍‌ଙ୍କ ସହିତ ଚମତ୍କାର ଆଲୋଚନା ହେଲା। ମୁମ୍ବାଇର ଚଳିଚ୍ଚିତ୍ର ଶିଳ୍ପ ବିଷୟରେ ଅଧିକ ଜାଣିବା ସହିତ ସମଗ୍ର ବିଶ୍ବରେ ହଲିଉଡ୍ ଓ ବଲିଉଡ୍ର ବ୍ୟାପକ ପ୍ରଭାବ ବିଷୟରେ ଅଲୋଚନା କଲି।


ଶାହାରୁଖ୍ ଖାନ୍‌ଙ୍କ ସହିତ ଉତ୍ତୋଳନ କରିଥିବା ଫଟୋ ମଧ୍ୟ ଏରିକ୍ ଗାର୍ସେଟି ସେୟାର୍ କରିଛନ୍ତି। ଗୋଟିଏ ଫଟୋରେ ସେ ଶାହାରୁଖ୍ ଖାନ୍‌ଙ୍କ ସହିତ ଫଟୋ ଉଠାଇବା ପାଇଁ ପୋଜ୍ ଦେଇଛନ୍ତି। ଆଉ ଏକ ଫଟୋରେ ଏରିକ୍ ହଳଦିଆ ରଙ୍ଗର ଫୁଟ୍ବଲ୍ଟିଏ ଧରିଥିବା ବେଳେ ଶାହାରୁଖ୍ ଖାନ୍‌ଙ୍କ  ମ୍ୟାନେଜର୍ ପୂଜା ଦାଦ୍ଲାନି ଓ ଶାହରୁଖ୍ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍ ଉପସ୍ଥିତ ଅଛନ୍ତି।