ମହାରାଷ୍ଟ୍ର : ମହାରାଷ୍ଟ୍ରର ଏକ ଲୋମ ହର୍ଷଣକାରୀ ଘଟଣା ସଭିଙ୍କୁ ସ୍ତବ୍ଧ କରିଦେଇଛି । ୪୦ ଦିନ ଧରି ଗଛରେ ବନ୍ଧା ହୋଇ ପଡିଥିବା ମହିଳାଙ୍କ ଉଦ୍ଧାର ହେବା ଘଟଣା ଏବେ ଚର୍ଚ୍ଚା ପାଲଟିଛି । ମହାରାଷ୍ଟ୍ରର ଏକ ଜଙ୍ଗଲରୁ ଜଣେ ୫୦ ବର୍ଷୀୟ ମହିଳାଙ୍କ ସ୍ୱାମୀ ତାଙ୍କୁ ଦୀର୍ଘ ୪୦ ଦିନ ଧରି ଚେନ୍ ରେ ବାନ୍ଧି ପକାଇ ଦେଇଥିବାବେଳେ,ବର୍ତ୍ତମାନ ତାଙ୍କୁ ଉଦ୍ଧାର କରିଛି ପୋଲିସ୍ ।
ସୂଚନାନୁସାରେ, ଶନିବାର ମହାରାଷ୍ଟ୍ର ସୋନୁରିଲ ଗାଁର ଜଣେ ବ୍ୟକ୍ତି ଜଙ୍ଗଲକୁ ଯାଇଥିବାବେଳେ ଜଙ୍ଗଲରେ କେହି କାନ୍ଦୁଥିବାର ଶୁଣିବାକୁ ପାଇଥିଲେ । ଏହାପରେ ସେ ଏନେଇ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ସେଠାରେ ଯାହା ଦେଖିଲା ପୋଲିସ୍ ମଧ୍ୟ ଆଶ୍ଚ ର୍ଯ୍ୟ ହୋଇଯାଇଥିଲା । ଜଣେ ମହିଳାଙ୍କୁ କେହି ଚେନ୍ ରେ ଗଛରେ ବାନ୍ଧି ଫୋପାଡି ଦେଇଯାଇଥିଲେ । ପ୍ରାୟ ୪୦ ଦିନ ହେବ ମହିଳ ଜଣଙ୍କ ସେହି ଗଛରେ ବନ୍ଧା ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ୍।୪୦ ଦିନ ହେବ ବିନା ଖାଦ୍ୟରେ ଥିବାରୁ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ ହୋଇ ଯାଇଛି ଯେ, ସେ କଥା ମଧ୍ୟ କହି ପାରୁନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଏବଂ ଜଙ୍ଗଲରେ ତାଙ୍କୁ କିଏ ବାନ୍ଧିଲା ସେ ବାବଦରେ ଡାକ୍ତରଙ୍କୁ ଲେଖିକି ଜଣାଇଛନ୍ତି।ମହିଳା ଜଣକ ଲେଖିଛନ୍ତି ଯେ, ଝଗଡ଼ା ହେବା କାରଣରୁ ତାଙ୍କ ସ୍ୱାମୀ ତାଙ୍କୁ ଜଙ୍ଗଲରେ ବାନ୍ଧି ପଳାଇଛନ୍ତି।