ଭାରତ ପାଇଁ ଅଡୁଆ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ, ସମୁଦ୍ର ପଥରେ ହାଇଆଲର୍ଟ

0

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବାର ନାଁ ନେଉନି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାଇଥିଲେ ମଧ୍ୟ ହିଂସା ଭୟଙ୍କର ହେବାରେ ଲାଗିଛି। ଏପଟେ ବାଂଲାଦେଶ ପାଇଁ ଭାରତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶ ଭିତରକୁ ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା ଥିବାରୁ ସୀମରେ ହାଇଆଲର୍ଟ ଜାରି ହୋଇଛି । ଜଳପଥରେ ଅନୁପ୍ରବେଶ ରୋକିବା ପାଇଁ ଆଲର୍ଟ ମୋଡରେ ସାମୁଦ୍ରିକ ଥାନା । ହେଲେ ଅନେକ ଥାନାରେ ଭିତ୍ତିଭୂମି କି କର୍ମଚାରୀ ନାହିଁ ।

ଉପକୂଳରେ ରହୁଥିବା ବାଂଲାଦେଶୀଙ୍କ ସମ୍ପର୍କୀୟ ଜଳପଥ ଦେଇ ପ୍ରବେଶ କରିବାର ଆଶଙ୍କା ବଢ଼ିଯାଇଛି। ତେଣୁ ସାମୁଦ୍ରିକ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି । ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ପିଡ୍ ବୋଟ୍କୁ ସମୁଦ୍ରରେ ପାଟ୍ରୋଲିଂ ପାଇଁ ମୁତୟନ କରାଯାଇଛି।

ଏପଟେ ଅଶାନ୍ତ ବାଂଲାଦେଶରେ କାର୍ୟ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନେ ଭାରତ ଫେରିଛନ୍ତି। ଏବେ ବି ପ୍ରାୟ ୩୦ ବରିଷ୍ଠ ଅଧିକାରୀ ଓ କୂଟନୈତିଜ୍ଞ ବାଂଲାଦେଶସ୍ଥିତି ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଛନ୍ତି।