ଖୁବ୍‌ଶୀଘ୍ର ବିଜେପିରେ ମିଶିବେ କଂଗ୍ରେସ ଟାଣୁଆ ନେତା ସଚିନ ପାଇଲଟ 

ବିଜେପିରେ ମିଶିବେ କି କଂଗ୍ରେସ ଟାଣୁଆ ନେତା ସଚିନ ପାଇଲଟ ? ଏନେଇ କଳ୍ପନା ଜଳ୍ପନା ଜାରି ରହିଛି ଆହରି ମଧ୍ୟରେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏପି ଅବ୍ଦୁଲ୍ଲାକୁଟ୍ଟିଙ୍କର ମନ୍ତବ୍ୟ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି।

0

(ଦିଲ୍ଲୀ)  : ବିଜେପିରେ ମିଶିବେ କି କଂଗ୍ରେସ ଟାଣୁଆ ନେତା ସଚିନ ପାଇଲଟ ? ଏନେଇ କଳ୍ପନା ଜଳ୍ପନା ଜାରି ରହିଛି ଆହରି ମଧ୍ୟରେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏପି ଅବ୍ଦୁଲ୍ଲାକୁଟ୍ଟିଙ୍କର ମନ୍ତବ୍ୟ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ନେତା ସଚିନ ଜଣେ ଭଲ ନେତା। ସେ ଖୁବ୍‌ଶୀଘ୍ର ତାଙ୍କ ସମର୍ଥକଙ୍କ ସହିତ ବିଜେପିରେ ମିଶିବେ ବୋଲି ରବିବାର ଏମିତି କହିଛନ୍ତି ଅବ୍ଦୁଲ୍ଲାକୁଟ୍ଟୀ।

ରବିବାର ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅବ୍ଦୁଲ୍ଲାକୁଟ୍ଟି କହିଥିଲେ ” ସଚିନ ପାଇଲଟ ଭଲ ନେତା। ମୋତେ ଏମିତି ଲାଗୁଛି ଯେ ସେ ବି ଖୁବ୍‌ଶୀଘ୍ର ଭବିଷ୍ୟତରେ ବିଜେପିରେ ଯୋଗ ଦେବେ।” ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର କାର୍ଯ୍ୟ ସମିତି ବୈଠକରେ ଯୋଗେ ଦେବାକୁ ଆସି ଅବ୍ଦୁଲ୍ଲାକୁଟ୍ଟି ଏହି ମନ୍ତବ୍ୟ ଦେଇଥିଲେ।

 

ସୂଚନାନୁଯାୟୀ , ରାଜସ୍ଥାନରେ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ କିଛି ଠିକ୍ ଚାଲୁନାହିଁ। ହେଲେ କେନ୍ଦ୍ର ନେତୃତ୍ୱ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିପାରି ନାହିଁ। ଗତ ବର୍ଷ ସଚିନ ଏନେଇ ବିଦ୍ରୋହ କରିଥିଲେ। ସେତେବେଳେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା। ହେଲେ ନିଜେ ସଚିନ ନାସ୍ତିବାଚକ ଶୁଣାଇ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲେ।