(ସୁନ୍ଦର କୁମାର ପାଣି / କୋରାପୁଟ ): କୋରାପୁଟରେ ଜିଲ୍ଲା କଂଗ୍ରେସର ପ୍ରତିବାଦ ।ଜିଲ୍ଲାପାଳଙ୍କ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଗସ୍ତ କୁ ବିରୋଧ କରିବା ସହ ଦିଲ୍ଲୀ ଦଙ୍ଗାକୁ ରୋକିବାରେ ବିଫଳ ହୋଇଥିବାରୁ ଇସ୍ତଫା ଦାବି କରିଛି ଜିଲ୍ଲା କଂଗ୍ରେସ । ଏଥି ସହ ଅମିତ ସାହଙ୍କ କୁଶପୁଳିକା ଦାହ କରିଛନ୍ତି ।ଜିଲ୍ଲା ବରିଷ୍ଠ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ସମେତ ଛାତ୍ର ଓ ମହିଳା କଂଗ୍ରେସର ଶତାଧିକ କର୍ମୀ ପ୍ରତିବାଦ ସଭାରେ ଯୋଗଦେଇଥିଲେ।କୁଣ୍ଡିଚା ମନ୍ଦିର ଛକ ରୁ ପଟୁଆରେ ବାହାରି କେନ୍ଦ୍ର ସରକାର ଜନମାରଣ ନୀତିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ,ଗୃହ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଥିଲେ।ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିବାସହ ଗୃହମନ୍ତ୍ରୀଙ୍କ କୁଶ କୁଶପୁଳିକା ଦାହ କରିଥିଲେ।