ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ସ୍ୱାଗତ ସହ ବିରୋଧ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୃହମନ୍ତ୍ରୀ ହେବାପରେ ଏହା ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ।ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ସିଏଏ ସମର୍ଥନ ସଭାରେ ଯୋଗଦେଇ ଉଦବୋଧନ ଦେବେ। ଦଳୀୟ କର୍ମକର୍ତ୍ତମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।
ହେଲେ ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ତୀବ୍ର ବିରୋଧ କରିଛି ରାଜ୍ୟ କଂଗ୍ରେସ। ଦଳୀୟ ନେତା ଓ କର୍ମୀ କାର୍ୟ୍ୟାଳୟରୁ ବାହାରି ଶୋଭଯାତ୍ରା କରିବା ସହିତ ମାଷ୍ଟରକ୍ୟାଣ୍ଟନ ଛକରେ ଶାହଙ୍କ କୁଶ ପତ୍ତଳିକା ଦାହ କରିଛନ୍ତି। ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଅମିତ ଶାହଙ୍କୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।
‘ଦେଶରେ ଯେଉଁଭଳି ଅରାଜକତା ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକାଣ୍ଡରେ ଲୋକ କାନ୍ଦୁଛନ୍ତି। ଏଭଳି ଦଙ୍ଗା ପାଇଁ ବିଜେପି ଦାୟୀ। ସ୍ଥିତି ସମ୍ଭାଳିବାରେ ଗୃହମନ୍ତ୍ରୀ ମଧ୍ୟ ବିଫଳ’’, କହିଛନ୍ତି ଜଣେ କଂଗ୍ରେସ ନେତ୍ରୀ।
ସିଏଏକୁ ବିରୋଧ କରି ଦେଶରେ ଯେଉଁ ହିଂସାକାଣ୍ଡ, ଦଙ୍ଗା ଘଟିଛି ସେଥିପାଇଁ କଂଗ୍ରେସ ଗୃହମନ୍ତ୍ରୀଙ୍କୁ ସିଧାସଳଖ ଭାବେ ଦାୟୀ କରିଛି। ସେଥିପାଇଁ ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଏଠାରେ କୌଣସି ଦଙ୍ଗାର ସ୍ଥାନ ନାହିଁ ବୋଲି କଂଗ୍ରେସ କହିଛି।
ଅନ୍ୟପକ୍ଷରେ ଶାହ ଆଜି ଲୋକସେବା ଭବନରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗ ଦେଇଛନ୍ତି। ଏହାପରେ ସେ ସିଏଏ ସମର୍ଥନ ସମାବେଶରେ ଶାହ ଯୋଗ ଦେବେ।