ଏମ୍ସରେ ଝାଡୁ ମାରିଲେ ଅମିତ ଶାହା

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉଦ୍ଦେଶ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଝାଡୁ ମାରୁଥିବା ଦେଖା ଦେଇଛି । ପ୍ରକାଶ ଯେ, ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଉକ୍ତ ସପ୍ତାହକୁ ପାଳନ କରିବା ପାଇଁ ଦଳ ‘ସେବା ଶପଥ ‘ ନାମକ ଏକ ଅଭିଯାନ ଲଂଚ କରିଥିଲା । ମୋଦି ୬୯ ତମ ଜନ୍ନଦିବସକୁ ପୂରା ସପ୍ତାହ ପାଳନ କରିବା ପାଇଁ ଦଳ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଆଜି ଅମିତ ଶାହା ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ଝାଡୁ ମାରିଛନ୍ତି । ଝାଡୁ ମାରିବା ସହ ଅମିତ ଶାହା ମେଡିକାଲରେ ଭର୍ତ୍ତି ରୋଗୀଙ୍କୁ ଭେଟିବା ସହ ଫଳ ମଧ୍ୟ ବାଣ୍ଟି ଥିଲେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ୬୯ତମ ଜନ୍ମଦିବସ ଆସୁଛି । ଏନେଇ ଏହି ପୂରା ସପ୍ତାହକୁ ସେବା ଶପଥ ଅଭିଯାନରେ ନାମରେ ନାମିତ କରାଯାଇଛି ।