ଭୁବନେଶ୍ୱର: ୧୭ରେ ଓଡିଶା ଆସିବେନି ଅମିତ ଶାହା । ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ହୋଇଛି । ଏନେ ନେଇ ବିଜେପି ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ଗୁଜୁରାଟକୁ ଆସୁଥବବା ବାତ୍ୟା ‘ ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିବା କୁହାଯାଉଛି । ୧୭ରେ ଅମିତ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ରହିଥିବାବେଳେ ପରେ କେନ୍ଦ୍ରାପଡା ଓ କଟକରେ ବି କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଥିବା କୁହାଯାଉଛି । ୨୨ରେ ନଡ୍ଡାଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଥିବା କହିଚନ୍ତି ବିଜେପି ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ।