ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂରକୁ ନେଇ ସୋସିଆଲ ମିଡିଆ ଏକ୍ସ ପୋଷ୍ଟରେ ଅମିତାଭ ବଚ୍ଚନଙ୍କ କବିତା । ପହଲଗାମ ଆକ୍ରମଣରେ ସିନ୍ଦୂର ହରାଇଥିବା ମହିଳାଙ୍କ ଦୁଃଖ ଆଉ ତାର ପ୍ରତିଶୋଧରେ ଅପରେସନ୍ ସିନ୍ଦୂରକୁ ନେଇ କବିତା ଲେଖିଲେ । ଆଉ ତାଙ୍କ ବାପାଙ୍କ କବିତା ଦ୍ୱାରା ସେନାର ପ୍ରଶଂସା କଲେ ।”ଜୟ ହିନ୍ଦ୍ ଜୟ ହିନ୍ଦ୍ କି ସେନା… ତୁ ନା ଥମେଗା କଭି… ତୁ ନା ମୁଡ଼େଗା କଭି… ତୁ ନା ରୁକେଗା କଭି… କର୍ ଶପଥ୍, କର୍ ଶପଥ୍, କର୍ ଶପଥ୍… ଅଗ୍ନିପଥ୍, ଅଗ୍ନିପଥ୍, ଅଗ୍ନିପଥ୍” ଅମିତାଭ ବଚ୍ଚନଙ୍କ ବାପା କବି ହରିବଂଶ ରାୟ ବଚ୍ଚନଙ୍କ ଏହି କବିତା ସଂକଳନ ମାଧ୍ୟମରେ ସେନାର ପ୍ରଶଂସା କରିଛନ୍ତି ଅମିତାଭ ବଚ୍ଚନ ।
ଭାରତୀୟ ସେନାର ଅପରେସନ ସିନ୍ଦୂର ବେଳେ ଅନେକ ବଲିଉଡ୍ ସେଲିବ୍ରିଟି ଯବାନଙ୍କ ସୁରକ୍ଷା କାମନା କରି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ଆଉ ଏବେ ଏହି ଲିଷ୍ଟରେ ଅମିତାଭ ବଚ୍ଚନ ମଧ୍ୟ ସାମିଲ ହୋଇଛନ୍ତି । ଭାରତୀୟ ସେନା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ୍ ସେୟାର କରିଥିବା ବେଳେ ଏହାକୁ ପଢ଼ି ଭାବବିହ୍ୱଳ ହୋଇଛନ୍ତି ।