ସ୍ଵାସ୍ଥ୍ୟ ପାଇଁ ରାମବାଣ ଅଁଳା, ଜାଣନ୍ତୁ

0

ଭୁବନେଶ୍ଵର: ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ ଯାହାକି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାଠୁ ଦୂରେଇ ରଖିବାରେ ବେଶ୍‌ ସହାୟକ । ଅଁଳାରେ ଭିଟାମିନ୍‌ ସିରେ ଭରି ରହିଛି । ପ୍ରତିଦିନ ଅଁଳାକୁ ଜୁସ୍‌ କରି ପିଇଲେ ବୟସର ଛାପ ଦେଖାଯାଇ ନ ଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିବ୍ୟାକ୍ଟେରିଆଲ ପ୍ରପଟି ରହିଛି । ତେବେ ଜାଣନ୍ତୁ ପ୍ରତିଦିନ ଅଁଳା ଖାଇଲେ କେଉଁ ସବୁ ଫାଇଦା ହୋଇଥାଏ ।

ଅଁଳାରେ ଭିଟାମିନ୍‌‌ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକି ବିଷାକ୍ତ ପଦାର୍ଥକୁ ଶରୀରରେ ବାହାର କରିବାରେ ସାହାଯ୍ୟ କରିଥାଏ। ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ। ଏଥିରେ ଥିବା ଭିଟାମିନ୍‌‌ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାସହିତ ମେଟାବୋଲିଜିମକୁ ମଜବୁତ କରି ପେଟରେ ଖାଦ୍ୟ ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ। ଏଥିରେ ଥିବା ଫାଇବର ପାଚନ କ୍ରୀୟାକୁ ଠିକ୍‌‌ ରଖିବା ସହ ପାକସ୍ଥଳୀକୁ ସଂକ୍ରମଣ ଠାରୁ ଦୂରେଇ ରଖେ।

ଓଜନ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ୨ରୁ ୩ ଚାମନ ଅଁଳା ଜୁସ୍‌‌ କିମ୍ବା ଅଁଳା ପାଉଡର ଉଷୁମ ପାଣିରେ ମିଶାଇ ଖାଲି ପେଟରେ ପିଅନ୍ତୁ। ଅଁଳାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର ସୃଷ୍ଟିକାରୀ କାଚିନଜେନିକ୍‌‌ କୋଷର ବୃଦ୍ଧିକୁ ରୋକିଥାଏ। ଯାହା ଆପଣଙ୍କୁ କ୍ୟାନସର ଠାରୁ ରକ୍ଷା କରେ।