Health Tips : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର (Blood Pressure)ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର (High Blood Pressure) ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର (low blood pressure)ସମସ୍ୟାର ସାମ୍ନା କରୁଛନ୍ତି ।
ତେବେ ଏସବୁ ସମସ୍ୟା ହେବା ପଛରେ ଅନେକ କାରଣ ରହିଥାଏ । ତେବେ ଏହି ସମସ୍ୟାର ସାମ୍ନା କରୁଥିଲେ , ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ । ଏହା ସହିତ ଲୋ ବ୍ଲଡ ପ୍ରେସର ସମସ୍ୟା (low blood pressure)ର କିଛି ଘରୋଇ ଉପଚାର ସମ୍ପର୍କରେ ଚାଲନ୍ତୁ ଜାଣିବା…
ସ୍ବାସ୍ଥ୍ୟ ପାଇଁ ଅଁଳା ବହୁତ୍ ଉପକାରୀ । ଲୋ ବ୍ଲଡ ପ୍ରେସର (low blood pressure)କାରଣରୁ ମୁଣ୍ଡ ବୁଲାଇବା ସମସ୍ୟାର ସାମ୍ନା କରୁଥିଲେ, ଏଥିପାଇଁ ଅଁଳା ଜୁସରେ ମହୁ ମିଶାଇ ହିଁ ସେବନ କରି ପାରିବେ । ଏହା ଲୋ ବ୍ଲଡ ପ୍ରେସର (low blood pressure)ସମସ୍ୟାକୁ କମ୍ କରିଥାଏ ।
-ଔଷଧିୟ ଗୁଣରେ ଭରପୁର ତୁଳସୀ । ଏଥିରେ ପୋଟାସିୟମ, ଭିଟାମିନ ‘ସି’, ମ୍ୟାଗ୍ନେସିୟମ, ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ଏହା ସେବନ କରିବା ଦ୍ବାରା, ଏହା ଲୋ ବ୍ଲଡ ପ୍ରେସର (low blood pressure)କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।
– -ଅଦା ସେବନ କରିବା ଦ୍ବାରା, ଏହା ଲୋ ବ୍ଲଡ ପ୍ରେସର (low blood pressure) ସମସ୍ୟାକୁ କମ୍ କରିବାରେ ବହୁ ସହାୟକ ହୋଇଥାଏ । ପ୍ରତିଦିନ ଅଦା ଖଣ୍ଡରେ ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇବା ଦ୍ବାରା ହିଁ ଏହା ଲୋ ବ୍ଲଡ ପ୍ରେସର ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ।
-ଲୋ ବ୍ଲଡ ପ୍ରେସର (low blood pressure) ପାଇଁ ଟମାଟୋ ବହୁତ୍ ଲାଭଦାୟକ । ଏହି ସମସ୍ୟାର ସାମ୍ନା କରୁଥିଲେ ପ୍ରତିଦିନ ଟମାଟୋ ସେବନ ହିଁ କରି ପାରିବେ ।
ଯଦି ଆପଣମାନେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ସହ ସଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିନ୍ତି ତେବେ ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ ।