ଜୁଲାଇ ପହିଲାରୁ ଅମୁଲ କ୍ଷୀର ଦରଦାମ ବୃଦ୍ଧି

କରୋନା ସଙ୍କଟ କାଳରେ ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପାଇଁ ବଢାଇଛି ଚିନ୍ତା। ଆସନ୍ତାକାଲି ତଥା ଜୁଲାଇ ମାସ ପହିଲାରୁ ଅମୁଲ କ୍ଷୀର ପ୍ରତି ଲିଟର ଦୁଇଟଙ୍କା ବଢିଯିବ।

0

(ଦିଲ୍ଲୀ) : କରୋନା ସଙ୍କଟ କାଳରେ ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପାଇଁ ବଢାଇଛି ଚିନ୍ତା। ଆସନ୍ତାକାଲି ତଥା ଜୁଲାଇ ମାସ ପହିଲାରୁ ଅମୁଲ କ୍ଷୀର ପ୍ରତି ଲିଟର ଦୁଇଟଙ୍କା ବଢିଯିବ। ଆସନ୍ତାକାଲିଠାରୁ ଦେଶର ସମସ୍ତ ରାଜ୍ୟରେ ନୂଆ ରେଟ୍ ସହିତ ଅମୁଲ କ୍ଷୀର ମିଳିବ। ଅମୁଲର ସମସ୍ତ ମିଲକ୍ ପ୍ରଡକ୍ଟ ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି-ସ୍ପେଶାଲ, ଅମୁଲ ସ୍ଲିମ ଆଣ୍ଡ ଟ୍ରୀମ୍ ଦୁଇ ଟଙ୍କା ପ୍ରତି ଲିଟର ହିସାବରେ ବଢିବ।

ସୂଚନାନୁଯାୟୀ , ୧ ଜୁଲାଇରୁ ଦିଲ୍ଳୀ, ଏନସିଆର, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସହିତ ଅନ୍ୟ ସମସ୍ତ ରାଜ୍ୟରେ ଅମୁଲ କ୍ଷୀର ମହଙ୍ଗା ଦାମରେ ମିଳିବ। ପ୍ରାୟ ଦେଢ ବର୍ଷ ପରେ ଅମୁଲ ପକ୍ଷରୁ ଏହି ଦାମ୍ ବଢାଯାଇଛି। ମିଳିଥିବା ସୂଚନା ଅନୁସାରେ, ନୂଆ ଦାମ୍ ଲାଗୁ ହେବାପରେ ଅମୁଲ ଗୋଲ୍ଡର ଦାମ ୫୮ ଟଙ୍କା ପ୍ରତି ଲିଟର ହୋଇଯିବ।