ବଜେଟ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ

0

ଭୁବନେଶ୍ୱର:ବଜେଟ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ।  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଏହି ବୈଠକ।  ବୈଠକରେ ଯୋଗ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ  ପୂଜାରୀ ,ବିଧାୟକ ପ୍ରଣବ ପ୍ରକାଶ ଦାସ,ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଉପସ୍ଥିତ ରହିଛନ୍ତି। ଏହାସହ ସିପିଆଇଏମ ବିଧାୟକ ଲକ୍ଷଣ ମୁଣ୍ଡା ଉପସ୍ଥିତ ଅଛନ୍ତି।

ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତକାଲିଠୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।