ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ: ୧୭ରେ ସର୍ବଦଳୀୟ ବୈଠକ । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆସନ୍ତା ୧୭ ତାରିଖ ଅପରାହ୍ନ ୪.୩୦ରେ ବସିବ ସର୍ବଦଳୀୟ ବୈଠକ । ତେବେ ଏହି ସ୍ୱତନ୍ତ୍ର ଅଧିବେଶନ ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବା ନେଇ କୁହାଯାଉଥିବା ବେଳେ ସ୍ୱତନ୍ତ୍ର ଅଧିବେଶନ ଏଜେଣ୍ଡା ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ଏହି ସ୍ୱତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୧୯ରେ ନୂତନ ବିଲ୍ଡିଂରେ ଚାଲିବ ବୋଲି କୁହାଯାଉଛି । ନୂତନ ସଂସଦ ଗୃହରେ ଏହା ପ୍ରଥମ ଅଧିବେଶନ ହେବ ।