ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

0

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :   କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ଗ୍ରାମପଞ୍ଚାୟତ ବରେବାଟା ଠାରେ ଥିବା ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବାର୍ଷିକ ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I  ଦୀର୍ଘଦିନ ଧରି ଗ୍ରାମାଞ୍ଚଳ ଦକ୍ଷ ଖେଳାଳି ନେଇ ଅନୁଷ୍ଠିତ ହୋଇଥିଲା I ଚକାଡୋଳା କ୍ଲବ ପ୍ରଥମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ତେବେ ଏହି ପ୍ରତିଯୋଗିତାରେ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରତିମା କହଁର ସମ୍ମାନିତ ଅତିଥି ଶ୍ରୀମତୀ ଇନ୍ଦିରା କହଁର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ସାତ ଦିନ  ଧରି ଏହି ପ୍ରତିଯୋଗିତାରେ ବରେବାଟା ଚକାଡୋଳା  ଫୁଟବଲ କ୍ଳବ ର ସଭାପତି  ଶ୍ରୀ ଘାସିରାମ କହଁର, ସମ୍ପାଦକ ପ୍ରଦିପ କହଁର, ସହ ସମ୍ପାଦକ ଗୋବିନ୍ଦ କହଁର , ସଦସ୍ୟ  କିନେଶ୍ଵର କହଁର, ପିତବାସ କହଁର, ଦିଲିପ କହଁର,କୋନେଷ୍ଠଭଲ୍ ବିକାଶ କୁମାର ବିଶୋଇ ସୁଧିର ଖମାରୀ, ପ୍ରଦିପ କହଁର, ସୁଶିଲ କହଁର , ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ଦିଗାଲ ଓ ଟୁଇଟର ମ୍ୟାନ୍ ସୁନାଶିର ଦିଗାଲ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ I ସାତଦିନ ଧରି  ଖେଳକୁ ଜିଲ୍ଲାର ଜଣାଶୁଣା ରେଫରୀ ପ୍ରଫୁଲ୍ଲ କହଁର ଙ୍କ ସହ ରାକେଶ ଦିଗାଲ,  ଅଚ୍ୟୁତାନନ୍ଦ କହଁର ଖେଳ ପରିଚାଳନା କରିଥିଲେ I ସାତଦିନ ଧରି ଫିରିଙ୍ଗିଆ ବ୍ଲକ ର ବଛାବଛା ଆଠଟି  ଟିମ ଭଗନେଇଥିବା ବେଳେ ଭାଲୁରୁଗାଁ   ଟିମ୍ ସହ ତଲପଡା ଟିମ୍ ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I ଉଭୟ ଦଳର ଖେଳ ସଂଘର୍ଷ ପୁର୍ଣ ଥିବା ବେଳେ ଏକ ଶୂନ ଗୋଲରେ  ଭାଲୁରୁଗାଁ ଟିମ୍ କୁ ହରାଇ ତଲପଡା ଫୁଟବଲ ଟିମ୍ ଚାମ୍ପିୟନ ହୋଇଥିଲା I ଖେଳ ଶେଷରେ ଉଭୟ ବିଜେତା ଓ ଉପବିଯେତ ଦଳକୁ ଆୟୋଜକ କମିଟି ତରଫରୁ ଅତିଥି ମାନେ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ I