ମା ଶାରଳାଙ୍କ ପୀଠରେ ବାଣ ବିସ୍ଫୋରଣ 

ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କୁ କଟକ ମେଡିକାଲ ଓ ୩ ଜଣଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତି କରାଯାଇଛି

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ଼ସ୍ତିତ ମା ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରା ଅବସରରେ ଆତସବାଜି ପ୍ରଦର୍ଶନ ସମୟରେ ଭୟଙ୍କର ବିସ୍ପୋରଣ ଘଟିଛି । ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କୁ କଟକ ମେଡିକାଲ ଓ ୩ ଜଣଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତି କରାଯାଇଛି । ସୂଚନା ମୁତାବକ ପ୍ରତିବର୍ଷ ପରି ଚଳିତବର୍ଷ ମା ଶାରଳାଙ୍କ ପୀଠରେ ୨୧ ଦିନିଆ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଯାତ୍ରାର ଶେଷ ୨ ଦିନରେ ଆତସବାଜି ପ୍ରଦର୍ଶନ କରାଯାଉଥିଲା ଏଣୁ ସେଠାରେ ବହୁ ଲୋକ ଏହି ଆତସବାଜି ପ୍ରଦର୍ଶନ ଦେଖିବାକୁ ଜମା ହୋଇଥିଲେ । ଦୁର୍ଭାଗ୍ୟବଶତଃ ରାତି ୧୧ଟା ସମୟରେ ହେଉଥିବା ଆତସବାଜି ପ୍ରଦର୍ଶନ ସମୟରେ ଏଭଳି ଦୁଖଦାୟକ ଘଟଣା ଘଟିଛି । ବାଣ ଲଗା ଯାଉଥିବା ସମୟରେ ବାଣ ଫୁଟି ରଖାଯାଇଥିବା ବାଣ ବସ୍ତା ଉପରେ ପଡିଥିଲା ଯାହାଫଳରେ  ଭୟଙ୍କର ବିସ୍ପୋରଣ ଘଟିଥିଲା । ଯାହାଫଳରେ ୭ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସଂଗେ ସଂଗେ କଟକ ବଡ଼ମେଡିକାଲ ପଠାଯାଇଥିଲା ଓ ଅନ୍ୟ ୩ ଜଣଙ୍କୁ ସ୍ତାନୀୟ ମଣିଜଙ୍ଗା ମେଡିକାଲ ଓ ପରେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।