ବରଗଡ଼ / ସୁବାସ ଦୋରା: ପୁଣି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ସଲଡିହି ଗ୍ରାମରେ । ତେବେ ମୃତକ ହେଲେବିପିନ ବରିହା ଙ୍କ ସ୍ତ୍ରୀ ପାନ ବରିହା, ଦଶ ବର୍ଷର ଝିଅ ସୁନନ୍ଦା ବରିହା,ଓ ତିନିବର୍ଷର ପୁଅ ଆଦିତ୍ୟ ବରିହା ବୋଲି ଜଣାପଡିଛି । ସେପଟେ ସ୍ୱାମୀ ବିପିନ ବରିହା ମଣ୍ଟୁ ବରିହା ଓ ଜଟିଆ ବରିହା ଗୁରୁତର ଥିବା ଜଣାପଡିଛି । ତେବେ ଏଭଳି ହାତୀ ଉପଦ୍ରବ ଦେଖି ଚିନ୍ତା ରେ ପଡିଯାଇଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନିଟି ଜଙ୍ଗଲୀ ହାତୀ ଘର ପଛପଟୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ମା,ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି କ୍ଷ ତେବେ ଖବର ପାଇ ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟନାୟକ ଙ୍କ ସହ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବା ସହ ସତର୍କ ରହିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ସୂଚନା ଦେଇଛିନ୍ତି । ତେବେ ଜଙ୍ଗଲି ହାତୀଙ୍କ ପାଇଁ ଏବେ ସେ ଅଞ୍ଚଳରେ ରାସ୍ତାଘାଟ ଶୁନସାନ ହୋଇଯାଇଥିôବା ବେଳେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି । ତେବେ ବର୍ତ୍ତମାନ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଥିବା କୁହାଯାଉଛି ।