୫ ବର୍ଷର ପ୍ରୟାସ ପରେ ସଫଳ ହାତେଇବାର ଉଦାହରଣ

0

ରାୟପୁର : ମଣିଷ ଯଦି ଲକ୍ଷ୍ୟ ହାସଲ କରିବାକୁ ମନରେ ସଙ୍କଳ୍ପ କରିନିଏ ତ , କିଛି ବି ଅସମ୍ଭବ ନୁହେଁ। ଏମିତି ହିଁ କିଛି କରି ଦେଖାଇଛନ୍ତି ଛତିଶଗଡ଼ର ଜଣେ ବ୍ୟକ୍ତି,ଯିଏକି ଅଫିସରେ ପିଅନ ଭାବେ କାମ କରନ୍ତି। ସେ ଦୃଢ ଇଚ୍ଛା ଶକ୍ତ ଓ କଠିନ ପରିଶ୍ରମ ଦ୍ୱାରା ଛତିଶଗଡ଼ ଲୋକ ସେବା ଆୟୋଗ (ସିଜିପିଏସସି)ର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଏବଂ ଯୁବପିଢିଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି।
ଶୈଳେନ୍ଦ୍ରଙ୍କୁ ଏହି ସଫଳତା ସହଜରେ ମିଳି ନାହିଁ । ସେ ନିଜର ୫ମ ପ୍ରୟାସରେ ସିଜିପିଏସସି -୨୦୨୩ ପରୀକ୍ଷା ପାସ୍ କରିଛନ୍ତି, ଯାହାର ରେଜଲ୍ଟ ଗତ ସପ୍ତାହରେ ଘୋଷିତ ହୋଇଥିଲା। ତାଙ୍କୁ ସାଧାରଣ ଶ୍ରେଣୀରେ ୭୩ ତମ ରାଙ୍କ୍ ଓ ସଂରକ୍ଷିତ ଶ୍ରେଣୀରେ ଦ୍ୱିତୀୟ ରାଙ୍କ ମିଳିଛି। ଏବେ ତାଙ୍କର ନିଯୁକ୍ତି ସହାୟକ କମିଶନର (ରାଜ୍ୟ ଟିକସ)ର ପଦରେ ହେବ। ଶୈଳେନ୍ଦ୍ର ଶୁକ୍ରବାର ପିଟିଆଇ-ଭିଡ଼ିଓକୁ କହିଛନ୍ତି, ଚଳିତ ବର୍ଷ ମେ ମାସରେ ମୋତେ ସିଜିପିଏସସି କାର୍ୟ୍ୟାଳୟରେ ପିଅନ ପଦରେ ନିଯୁକ୍ତି ଦିଯା ଯାଇଥିଲା। ମୁଁ ଏହି ବର୍ଷ ଫେବ୍ରୁଆରୀରେ ଆୟୋଜିତ ସିଜିପିଏସସି -୨୦୨୩ ପ୍ରାରମ୍ଭିକ ପରୀକ୍ଷା ପାସ୍ କରିଥିଲି। ଏହାପରେ ମୁଁ ମୁଖ୍ୟ ପରୀକ୍ଷାର ପ୍ରସ୍ତୁତି ଜାରି ରଖିଲି , କାରଣ ମୁଁ ଅଧିକାରୀ ହେବାକୁ ଚାହୁଁ ଥିଲି।
ଅନୁସୂଚିତ ଜାତି ସଂପ୍ରଦାୟରୁ ଆସିଥିବା ଶୈଳେନ୍ଦ୍ର ରାଜ୍ୟର ବିଳାସପୁର ଜିଲ୍ଲାର ବିଟିକୁଲୀ ଗାଁର ଏକ କୃଷକ ପରିବାରରେ ଜନ୍ମିତ। ଏବେ ସେ ରାୟପୁରରେ ରହୁଛନ୍ତି। ବାନ୍ଧେ କହିଛନ୍ତି – ସେ ରାୟପୁରରେ ନିଜର ସ୍କୁଲ୍ ଶିକ୍ଷା ଶେଷ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲଜି(ଏନଆଇଟି) ରାୟପୁରରେ ମେକାନିକାଲ ଇଂଜିନିୟରିଂରେ ବିଟେକ୍ ପଢିଛନ୍ତି।
ଏକ ପ୍ରତିଷ୍ଠିତ ସଂସ୍ଥାନରୁ ଇଂଜିନିୟରିଂ ପଢି ସାରିବା ପରେ ତାଙ୍କୁ ଏକ ପ୍ରମୁଖ ଘରୋଇ ଫାର୍ମରେ ଚାକିରି ମିଳି ପାରିଥାନ୍ତା , କିନ୍ତୁ ସେ ପ୍ଲେସମେଣ୍ଟ ଇଣ୍ଟରଭ୍ୟୁରେ ସାମିଲ ନହେବାର ନିଷ୍ପତ୍ତି ନେଲେ। ସେ ସରକାରୀ ଚାକିରି କରିବାକୁ ଚାହୁଁ ଥିଲେ। ଶୈଳେନ୍ଦ୍ର କହିଛନ୍ତି , ତାଙ୍କୁ ଏନଆଇଟି ରାୟପୁରରେ ନିଜର ଏକ ସୁପର ସିନିୟର ହିମାଚଳ ସାହୁଙ୍କ ଠାରୁ ପ୍ରେରଣା ମିଳିଥିଲା, ଯିଏକି ସିଜିପିଏସସି -୨୦୧୫ ପରୀକ୍ଷାରେ ପ୍ରଥମ ରାଙ୍କ୍ ହାସଲ କରି ଥିଲେ।
ଶୈଳେନ୍ଦ୍ର କହିଛନ୍ତି , ମୁଁ ପ୍ରଥମ ପ୍ରୟାସରେ ପ୍ରାରମ୍ଭିକ ପରୀକ୍ଷାରେ ଅସଫଳ ରହିଲି ଏବଂ ପରବର୍ତ୍ତୀ ପ୍ରୟାସରେ ମୁଁ ମୁଖ୍ୟ ପରୀକ୍ଷା ପାସ୍ କରି ପାରି ନଥିଲି। ୩ୟ ଓ ୪ର୍ଥ ପ୍ରୟାସରେ ସାକ୍ଷାତ୍କାର ପାଇଁ ଯୋଗ୍ୟ ବିବେଚିତ ହେଲି , କିନ୍ତୁ ଏଥିରେ ସଫଳ ହୋଇ ପାରିଲି ନାହିଁ। ଶେଷରେ ୫ମ ପ୍ରୟାସରେ ମୋତେ ସଫଳତା ମିଳିଲା।
ଶୈଳେନ୍ଦ୍ରଙ୍କ କହିବାନୁସାରେ, ସିଜିପିଏସସିର ପରୀକ୍ଷାର ପ୍ରସ୍ତୁତିରେ ଲଗାତାର ଗୋଟିଏ ପରେ ଗୋଟିଏ ବର୍ଷ ବିତିବା ବେଳେ ତାଙ୍କୁ ପିଅନର ଚାକିରି ବାଛିବାକୁ ପଡ଼ିଲା, କାରଣ ପରିବାର ପ୍ରତିପୋଷଣ ପାଇଁ ଅର୍ଥର ଆବଶ୍ୟକ ଥିଲା। ଏହାସହ ହିଁ ସେ ରାଜ୍ୟ ସିଭିଲ ସେବା ପରୀକ୍ଷାର ପ୍ରସ୍ତୁତି ବି ଜାରି ରଖି ଥିଲେ।