ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିନବା ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଅନ୍ତୋଦୟ ଗୃହ ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି । ଏଥିପାଇଁ ମୋଟ ୭ ହଜାର ୫ ଶହ ୫୦ କୋଟି ଟଙ୍କାର ବ୍ୟୟ ଅନୁମୋଦନ କରାଯାଇଛି । ପ୍ରାକୃତିକ ଓ ମାନବକୃତ ବିପର୍ୟ୍ୟୟ, ସରକାରୀ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଲୋକ, ପରିବାରର ଭିନ୍ନକ୍ଷମ ପ୍ରାଥମିକ ଆୟକାରୀ ଏବଂ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଯୋଗ୍ୟ ଥିବା ପୂର୍ବରୁ ପ୍ରଚଳିତ ଥିବା ଗୃହ ନିର୍ମାଣ ଯୋଜନରୁ ବଞ୍ଚିତ ପରିବାର ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ । ଆସନ୍ତା ୩ ବର୍ଷରେ ଅତି କମରେ ୨ ଲକ୍ଷ ୨୫ ହଜାର ନୂତନ କଂକ୍ରିଟ ଘର ମଞ୍ଜୁର କରାଯିବ । ୨୦୨୫-୨୬ ବର୍ଷରେ ୭୫ ହଜାର ଗୃହନିର୍ମାଣ ଏବଂ ହିତାଧିକାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ୨ ହଜାର ୬ ଶହ ୩ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।