ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି, ଏପ୍ରିଲ ପହିଲାରୁ ଲାଗୁ ହେବ

0

ଭୁବନେଶ୍ୱର: ଓମଫେଡ୍ କ୍ଷୀର ଦାମ ବୃଦ୍ଧି କରିଛନ୍ତି ଓମଫେଡ୍ କର୍ତୃପକ୍ଷ । ପ୍ୟାକେଟ ପିଛା ବା ଅଧ ଲିଟର କ୍ଷୀରର ଦାମ ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦର ଆସନ୍ତା ଏପ୍ରିଲ ଏକ ତାରିଖରୁ ସାରା ରାଜ୍ୟରେ ଲାଗୁ ହେବ । ଦାମ୍ ବୃଦ୍ଧି ପରେ ଟୋନ୍ଡ କ୍ଷୀର ଅଧ ଲିଟର ଦାମ ୨୧ ଟଙ୍କାରୁ ବୃଦ୍ଧି ପାଇ ୨୩ ଟଙ୍କା ହୋଇଛି । ପ୍ରିମିୟମ ଗୋଲ୍ଡ କ୍ଷୀର ୨୪ରୁ ୨୬ ଟଙ୍କା ହୋଇଛି । ଚା ସ୍ପେଶାଲ କ୍ଷୀର ୨୩ ଟଙ୍କାରୁ ବୃଦ୍ଧି ପାଇ ୨୫ ଟଙ୍କା ହୋଇଛି । ଦୁଗ୍ଧ ଚାଷୀଙ୍କ ଖର୍ଚ୍ଚ, ଗୋଖାଦ୍ୟ, ଚାରା ଦାମ ସହ ଆନୁଷଙ୍ଗିକ ସାମଗ୍ରୀର ଦର ବୃଦ୍ଧି ହୋଇଥିବାରୁ ଏହାକୁ ନଜରରେ ରଖି ଏହି ଦର ବୃଦ୍ଦି ହୋଇଛି । ଓମଫେଡ୍ କହିଛି ଏହି ବର୍ଧିତ ଦାମ ଚାଷୀଙ୍କୁ ପ୍ରଦାନ କରାଯିବ । ଓମଫେଡ୍ କ୍ଷୀର ଓଡିସାର ଲୋକପ୍ରିୟ ହୋଇଥିବାରୁ ଏହାର ବହୁଳ ବ୍ୟବହାର ହେଉଛି । ବିଶେଷ କରି ଘରୋଇ ବ୍ୟବହରା ଓ ଟି ଷ୍ଟଲରେ ଚାହା ପାଇଁ ଏହାକୁ ବ୍ୟବସାୟୀ ବ୍ୟବହାର କରୁଛନ୍ତି । କ୍ଷୀର ଦାମ୍ ବଢିବା ପରେ ଚାହା ରେଟ୍ ବି ବଢିବାର ସମ୍ଭାବନା ରହୁଛି ।