ଗୋପ/ଜୟନ୍ତ କୁମାର ସେଠୀ: ଭାରତ ସ୍ୱାଧିନତାର ୭୫ବର୍ଷରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାଘ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇଛି। ବାଘ ସଂଖ୍ଯା ଏବେ ତିନିହଜାର ଅତିକ୍ରମ କରିଛି। ବାଘ ଗଣନା ଅନୁସାରେ ଭାରତରେ ମୋଟ ୩୧୬୭ଟି ବାଘ ରହିଥିବା ‘”ପ୍ରୋଜେକ୍ଟ ଟାଇଗର”ର ୫୦ବର୍ଷ ପୁର୍ତ୍ତୀ ଅବସରରେ ମହିସୂର ଠାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବାଘ ସଂଖ୍ୟାରେ ଭାରତ ବିଶ୍ୱରେ ଅଗ୍ରଣୀ ଭୁମିକା ହାସଲ କରିଛି। “ପ୍ରୋଜେକ୍ଟ ଟାଇଗର “ର ୫୦ବର୍ଷ ପୂର୍ତ୍ତି ଅବସରରେ ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି। ଏଥିରେ ପ୍ରାୟ ୨୦ ଫୁଟ ଲମ୍ବର ଏକ ବିଶାଳ କଲରାପତିରିଆ ବାଘ ନିର୍ମାଣ କରିଛନ୍ତି। ଆଉ ଏଥିରେ “Our Tiger, Our Pride” ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।