ଓଡ୍ରାଫ ଡଙ୍ଗା ବୁଡି ଘଟଣାରେ ତଦନ୍ତ ହେବ: ପିସିସିଏଫ

0

ଭୁବନେଶ୍ୱର: ଗତ ଶୁକ୍ରବାର ମୁଣ୍ଡଳୀ ବ୍ରିଜରେ ହୋଇଥିବା ଅଘଟଣ ଓ ହାତୀ ମୃତ୍ୟୁର ତଦନ୍ତ ହେବ । ହାତୀ ମୃତ୍ୟୁ ପାଇଁ କିଏ ଦାୟୀ, କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ତାର ତଦନ୍ତ କରାଯିବ । ଏହା ବ୍ୟତୀତ ଓଡ୍ରାଫ ବୋଟରେ ସାମ୍ବାଦିକଙ୍କୁ କିଏ ଓ କାହିଁକି ନେଲା ତାର ତଦନ୍ତ କରାଯିବ ବୋଲି କହିଛନ୍ତି ପିସିସିଏଫ ଶଶି ପଲ । ହାତୀର ପୋଷ୍ଟ ମର୍ଟମ ରିପୋର୍ଟ ହସ୍ତଗତ ହେବା ପରେ ତଦନ୍ତ ଆଗକୁ ବଢିବ । ହାତୀ ମୃତ୍ୟୁର ତଦନ୍ତ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଶୁକ୍ରବାର ଦିନ ମୁଣ୍ଡଳୀରେ ଏକ ହାତୀ ପାଣି ସୁଅରେ ଫସିଯାଇଥିଲା । ହାତୀକୁ ଉଦ୍ଧାର କରିବାକୁ ଓଡ୍ରାଫ ଟିମ ମୁଣ୍ଡଳୀରେ ପହଞ୍ଚିଥିଲା । ଓଡ୍ରାଫର ୫ ଜଣିଆ ଟିମ ସହ ଓଟିଭିର ମୁଖ୍ୟ ସମ୍ବାଦଦାତା ଓ କ୍ୟାମେରା ମ୍ୟାନ ମଧ୍ୟ ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ହାତୀ ନିକଟରେ ପହଞ୍ଚି ଟିମ ହାତୀକୁ ଘଉଡାଇବା ବେଳେ ସ୍ରୋତରେ ବୋଟଟି ଓଲଟି ପଡିଥିଲା । ଏଥିରେ ସାମ୍ବାଦିକ, ଜଣେ ଓଡ୍ରାଫ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । କ୍ୟାମେରା ମ୍ୟାନ ଓ ଅନ୍ୟ ୪ ଓଡ୍ରାଫ ସଦସ୍ୟଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏହି ଅଘଟଣ ପରେ ହାତୀ ଉଦ୍ଧାର କାର୍ଯ୍ୟରେ ଭଟା ପଡିଥିଲା । ଅନ୍ୟ ପଟେ ପର ଦିନ ହାତୀର ମୃତଦେହ ମିଳିଥିଲା । ଏହି ଘଟଣାକୁ ନେଇ ଅନେକ ଓଡ୍ରାଫକୁ ଦାୟୀ କରିଥିବା ବେଳେ ଅନେକ ବନ ବିଭାଗକୁ ତଥା ଗଣମାଧ୍ୟମ ସଂସ୍ଥାକୁ ଦାୟୀ କରିଥିଲେ । ଏହି ଘଟଣାର ତଦନ୍ତ କରିବାକୁ ଦାୟି ହୋଇଥିଲା ।