ପୋଲିସକୁ ଖୋଲା ଚାଲେଞ୍ଜ : ଦିଗପହଣ୍ଡିରେ ପୁଣି ଫୁଟିଲା ବୋମା

0

ଗଞ୍ଜାମ/ ରଜନୀକାନ୍ତ ପାତ୍ର :  ଦିଗପହଣ୍ଡିରେ ପୁଣି ଫୁଟିଲା ବୋମା । ଦୀପାବଳିରେ ଘର ଉପରକୁ ବୋମା ମାଡ଼ବ। ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏବେ ଅଶାନ୍ତ । ଦିଗପହଣ୍ଡି  କେନାଳ ସାହିରେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ରାଜେନ୍ଦ୍ର ସେଠୀ ଙ୍କ ଘର ଉପରକୁ ବୋମା ମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ପାରିବାର। କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସ ର ମୁଣ୍ଡ ବିନ୍ଧା ପାଲଟିଛି ହାତ ତିଆରି ବୋମା । ଗତ ୫ ଦିନ ତଳେ ଦିଗପହଣ୍ଡି ର ୩ଟି ସ୍ଥାନରେ ୫ଟି ବୋମା ଫୁଟିଥିଲା ବେଳେ ଆଜି ପୁଣି ବୋମା ଫୁଟିବା ଘଟଣା ଅଞ୍ଚଳବାସି ଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।