ନରସିଂହପୁର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅବାଧ ଗୋ ଚାଲାଣ। ଓଡ଼ିଶାର ଅନେକ ସ୍ଥାନରେ ଗୋରୁ ମାଫିଆ ମାନଙ୍କର ଦୌରାତ୍ମ୍ୟ ରାଜ୍ୟରେ ଆତଙ୍କବାଦୀଙ୍କ ଭ୍ରମ ସୃଷ୍ଟି କରୁଛି।ହିନ୍ଦୋଳ-ନରସିଂହପୁର ସୀମାବର୍ତ୍ତୀ ଘାଟି ଅଞ୍ଚଳ ଏବେ ଚୋରା କାରବାରର ପ୍ରମୁଖ ରାସ୍ତା ସାଜିଥିବା ବେଳେ ଆଜି ଭୋର୍ ସମୟରେ ହିନ୍ଦୋଳରୁ ନରସିଂହପୁର ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ମିନି ଟ୍ରକ୍ ଓଲଟି ପଡିଛି।ଟାଟା ଇଣ୍ଟ୍ରା ନାମକ ମିନି ଟ୍ରକ ଯାହାର ଗାଡି ନମ୍ୱର୍ ଓଡ଼ି ୦୫ ବି.ଏମ୍ ୬୪୮୩, ସେଥିରେ ୧୬ ଟି ଗୋରୁ ଲଦି ନେଉଥିବା ବେଳେ ଭାରସାମ୍ଯ ହରାଇ ପିଛୁଳି ଘାଟିର ଦୁଇ ନମ୍ବର ବୁଲାଣିଠାରେ ଓଲଟି ପଡିଛି। ତେବେ ଏହି ଦୁର୍ଘଟଣାରେ ୪ଟି ଗୋରୁଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗୋରୁ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଗାଡ଼ିର ଡ଼୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରେ ହିନ୍ଦୋଳ ଏବଂ ନରସିଂହପୁର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି।ତେବେ କେଉଁଦିନ ପୋଲିସ୍ ତାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବ ଏବଂ ଅନୈତିକ ଗୋରୁ ଚାଲାଣ ବନ୍ଦ ହେବ ତାହା ଦେଖିବାକୁ ବାକି ରହିଲା।