ପାରାଦୀପ ମୁହାଣରେ ଓଲଟିଛି ମାଛଧରା ଡଙ୍ଗା

0

ବ୍ୟୁରୋ: ମାଛ ଧରା ସମୟର ବିଭିନ୍ନ ଅଘଟଣର ଚିତ୍ର ବାରମ୍ବାର ସାମ୍ନାକୁ ଆସିଥିବା ବେଳେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ମୁହାଣରେ ଓଲଟିଛି ଡଙ୍ଗା । ଏଭଳି ଅଘଟଣର ଚିତ୍ର ସାମ୍ନାକୁ ଆସିଛି ପାରାଦୀପରୁ । ପାରାଦୀପ ମୁହାଣରେ ମାଛଧରା ଡଙ୍ଗାଟି ଓଲଟିଥିବା ଜଣାପଡିଛି । ଡଙ୍ଗାଟି ଓଲଟିବା ସମୟରେ ଡଙ୍ଗାରେ ୭ରୁ ୮ ଜଣ ମତ୍ସ୍ୟଜୀବୀ ଥିବା ସଚନା ମିଳିଛି । ତେବେ ଡଙ୍ଗାରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ଉଦ୍ୟମ ଜାରୀ ରହିଛି । ତେବେ କେଉଁ ପରିସ୍ଥିତିରେ ଡଙ୍ଗାଟି ଓଲଟିଛି ତାହା ସ୍ପଷ୍ଟ ଜଣାପଡିନି ।