ବିଚାରାଧୀନ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ

0

ଭୁବନେଶ୍ୱର:  ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ପୁଅର ଦାଦାଗିରି।    ଜେଲରେ ଭିତିରି କଥା DLSA କୁ ସୂଚନା ଦେବା ପରେ ଦାଦାଗିରି । ବିଚାରାଧୀନ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ୟାଙ୍ଗଷ୍ଟାର ହାଇଦର ର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ।ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତି ଙ୍କ ମୁଣ୍ଡ ଫାଟିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ଜେଲରୁ ମୋବାଇଲ ମିଳିଥିଲା । ଟଙ୍କା ଦେଲେ ମୋବାଇଲ ସହ ନିଶା ଜେଲ ଭିତରୁ ମିଳୁଥିବା କଥା ପ୍ରଘଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ଏହି ଘଟଣା ପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ିଛି। ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଥିବା ବେଳେ ଦାୟିତ୍ବ ଖସାଇବାକୁ କର୍ତ୍ତୃପକ୍ଷ ତଳିଆ କର୍ମଚାରୀଙ୍କୁ କୈଫିୟତ ମାଗିଥିବା ଜଣାପଡ଼ିଛି। ସେହିଭଳି ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି।
ଏହି ଘଟଣାକୁ ନେଇ ଜେଲ୍‌ ବିଭାଗର ଉପର ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ଜେଲ୍‌ ଏଡିଜି ଅମିତାଭ ଠାକୁର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଜେଲ୍‌ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍‌ର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର।