ବ୍ୟୁରୋ: ଚୋରା ମଦ ବିକ୍ରି ଖବର ପାଇ ଚଡଉ, ଜଣେ ମହିଳା ଗିରଫ । ଏବଂ ଚଢ଼ଉ କରିବାକୁ ଯାଇ ଅଟକ ରହିଲେ ଅବକାରୀ କର୍ମଚାରୀ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଆଉସା ଗ୍ରାମରେ। ଗତକାଲି ଭୋଗରାଇ ବ୍ଲକ ପରିସରରେ ଆୟୋଜିତ ହୋଇଥିବା ଅଭିଯୋଗ ଶୁଣାଣି ଶିବିରରେ ଆଉସା ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆଉସା ଗ୍ରାମର ଚୋରା ମଦ ବେପାରୀ କାହ୍ମୁ ବାରିକଙ୍କ ଘରେ ଚଢ଼ାଉ ହୋଇଥିଲା । ଚଢଉ ସମୟରେ କାହ୍ନୁ ବାରିକ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ପରିବାର ଲୋକ ଅବକାରୀ ଟିମକୁ ୨ ଘଣ୍ଟା ଅଟକ ରଖିଥିଲେ । ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ଏବଂ କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଚଢ଼ଉରେ ଲକ୍ଷାଧିକ ଟଙ୍କାର ଚୋରା ଦେଶୀ ବିଦେଶୀ ମଦ ଜବତ ହୋଇଛି ।