କଳାହାଣ୍ଡ/ ଅରୁଣ କୁମାର ସାହୁ: କେନାଲ ପାଣିରେ ଭାସି ଆସିଛି ଅଜଣା ମୃତ ଦେହ । କାଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖୀଗୁଠା ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ତାଳଗୁଡ ରାସ୍ତା କୁମାରପଡା ଗେଟ ନିକଟରେ ଏକ ଅଜଣା ମହିଳାଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଛି । ଏହାକୁ ଦେଖି ଅଗ୍ନିଶମ ବିଭାଗ ସହ ପୋଲିସକୁ ଖବର ଦେଇଥିଲେ ସ୍ଥାନିୟଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ ମୃତକ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।