ପୁରୀ : ବଡଦିନରେ ସମୁଦ୍ରରେ ଗଲା ଜୀବନ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡ଼ିନଥିଲା ବେଳେ ମୃତକଙ୍କୁ ପିଙ୍କ୍ ହାଉସ୍ ନିକଟ ସମୁଦ୍ରରୁ ଉଦ୍ଧାର କରାଯାଇଛି । ତେବେ ଏହି ମୃତ ବ୍ଯକ୍ତିଙ୍କ ଶରୀର କେଉଁଠୁ ଭାସି ଆସିଛି ନା ସେହି ଠାରେ ବୁଡି ଯାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ମୃତକଙ୍କ ଜୀବନ ଯାଇଥିବା ସୂଚନା ରହିଛି । ପିଙ୍କ୍ ହାଉସ୍ ନିକଟ ବେଳାଭୂମି ସାଧାରଣତଃ ନନ୍ ବାଥିଂ ଜୋନର ଅନ୍ତଭୂର୍କ୍ତ । ଏଣୁ ସେଠାରେ ସମୁଦ୍ ସ୍ନାନକୁ ବାରଣ କରାଯାଇଛି। ଏଣୁ ସେଠାରେ ପ୍ରଶାସନ ପକ୍ଷରୁ ଲାଇଫଗାର୍ଡ ମୁତୟନ ହୋଇନାହାନ୍ତି। ପ୍ରାଇଭେଟ ଲାଇଭଗାର୍ଡ ମାନେ ଦୁର୍ଘଟଣା ସମୟରେ ସାହାଯ୍ୟ କରିଥାନ୍ତି।