ପୁଣି ବୁଢିଲା ରୋଷେଇ ଗ୍ୟାସ ମୂଲ୍ୟ

0

ନୂଆଦିଲ୍ଲୀ : କରୋନାର ଦ୍ୱୀତିୟ ଲହର ପରେ ଲୋକମାନଙ୍କର ଜୀବିକା ଚାଲିଯାଇଥିବା ବେଳେ ଦରବୃଦ୍ଦି ପୁଣି ଥରେ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଅତ୍ୟାବଶ୍ୟକ ଜିନିଷର ଧର ବୃଦ୍ଧି ଦିନକୁ ଦିନ ବଢିବାରେ ଲାଗିଛି । ପେଟ୍ରୋଲ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏଥିରୁ ନିସ୍ତାର ପାଇନାହିଁ ରୋଷେଇ ଗ୍ୟାସ ଦର । ଗତ କିଛି ମାସ ହେବ ଲଗାତାର ଭାବେ ବୃଦ୍ଧି ପାଇଛି ରୋଷେଇ ଗ୍ୟାସର ଦର । ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଜୁଲାଇ ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫.୫୦ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ରହିଛି ୮୫୯.୫୦ ଟଙ୍କା ଥିବାବେଳେ ମୁମ୍ବାଇରେ ଏକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୫୯.୫୦ ଟଙ୍କା, କୋଲକାତାରେ ୮୮୬ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୮୭୫.୫୦ଟଙ୍କା ରହିଛି।