ନୂଆଦିଲ୍ଲୀ – ଦିନକୁ ଦିନକୁ କମୁଛି କରୋନାର ପ୍ରକୋପ , ସୁଧୁରିଛି ସ୍ଥିତି । କରୋନା କାଳରେ ଦେଶର ଅର୍ଥ ମେରୁଦଣ୍ଡ ପୁର୍ନବାର ସୁଧାର ଆସିବ ବୋଲି କହିଛନ୍ତି ଅର୍ତମନ୍ତ୍ରୀ ସିତାରମଣ । ଅର୍ଥମନ୍ତ୍ରୀଙ୍କ ଏହି ବୟାନ ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଆଶାସଞ୍ଚାର କରିବ ବୋଲି କୁହାଯାଉଛି । କରୋନା କାରଣରୁ ଭୁଶୁଡିପଡିଥିବା ଅର୍ଥବ୍ୟବସ୍ଥା ୨୦୨୧-୨୨ ଆର୍ଥିକ ବର୍ଷରେ ବୃଦ୍ଧି ଘଟିବ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ କହିଛନ୍ତି , ୨୦୨୧ – ୨୨ ଫେବୃୟାରୀ ମାସରେ ଆସିବାକୁ ଥିବା ପୂର୍ଣ୍ଣକାଳୀନ ବଜେଟ ନୂଆ ଆଶା ନେଇ ଆସୁଛି । କୋଭିଡ -୧୯ କାରଣରୁ କ୍ଷତଗ୍ରସ୍ତ ହୋଇପଡିଥିବା ଅର୍ଥବିଭାଗ ପୁଣିଥରେ ଠିଆ ହେବ ।ଆଗାମୀ ପାଞ୍ଚ ବର୍ଷ ପାଇଁ ଆସୁଥିବା ବଜେଟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ ବୋଲି ମଧ୍ୟ କହିଛନ୍ତି ନିର୍ମଳା ସୀତାରମଣ ।
Edit by sanjulata sahoo