ପୁଣି ମାଓ ପୋଷ୍ଟର ମାଧ୍ୟମରେ ମୃତ୍ୟୁଦଣ୍ଡ ଦେବାକୁ ଧମକ

0

(ସନ୍ତୋଷ କୁମାର ଲମ୍ବାତା / ରାୟଗଡା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ସଦର ପଞ୍ଚାୟତ ପାର୍ସାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ୟ୍ୟାଳୟ ନିକଟରେ ଗୋଟିଏ ବ୍ୟାନର ଓ ୨ଟି ମାଓ ପୋଷ୍ଟର ଲଗାଯାଇଛି । ଦୀର୍ଘ ବର୍ଷ ପରେ ପୁଣି ମାଓପୋଷ୍ଟର ଲାଗିଛି । ଏଥିରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବୋଲି ଦର୍ଶାଯାଇଛି । ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି । ପାରସାଲି ଠାରୁ ସାରିଝୋଲା ଓ ବୁଡୁଣି ଠାରୁ ଗୁମ୍ମା, ଦୁଇ ଦଳାଲିଙ୍କୁ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି। ବିଦେଶି କମ୍ପାନୀ ସ୍ବାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣ ଜବରଦସ୍ତ କାମ କରାଯାଉଛି । ଅଞ୍ଚଳବାସୀଙ୍କ ବିନା ମତାମତ କିମ୍ବା ବିନା ଗ୍ରାମସଭାରେ ରାସ୍ତା କରିବା କାରଣ କଣ ବୋଲି ପ୍ରଶ୍ନ କରାଯାଇଛି। ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ୮ ପର୍ୟ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି। ଏହି ସମ୍ପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ, ବର୍ତ୍ତମାନ ଅଞ୍ଚଳରେ ଭୟାବହ ରହିଛି।