ପୁଣି ଜନନୀ ଯନ୍ତ୍ରଣା, ତିନି କିଲୋ ମିଟର ଭାରରେ ବୁହା ହେଲେ ଗର୍ଭବତୀ ମହିଳା

0

ମୋହନା /ତ୍ରିପତି ବିଷୋୟୀରତ୍ନ: ପୁଣି ଜନନୀ ଯନ୍ତ୍ରଣା , ତିନି କିଲୋ ମିଟର ଭାର ରେ ବୁହା ହେଲେ ପ୍ରସୂତି ମହିଳା। ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତ ଗୁବେଲ ଗ୍ରାମରେ। ଗ୍ରାମର ସୁକୁମାରୀ ମଲ୍ଲିକ ନାମକ ଏକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା  ହୋଇଥିଲା। ହେଲେ ଗାଁ କୁ ଯିବାକୁ ହେଲେ ପକ୍କା ସଡ଼କ  ନଥିବାରୁ ପ୍ରାୟ ୩କିଲୋ ମିଟର ପାହାଡିଆ ରାସ୍ତାରେ ଗାଁ ର ମହିଳା ମାନେ ଭାର ମାଧ୍ୟମରେ ମହିଳାଙ୍କୁ ବୋହି ନେଇଛନ୍ତି  । ଏହି  ସମୟରେ ରାସ୍ତାରେ ହିଁ ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଉଭୟ ମା ଓ ଶିଶୁକୁ ବିରିକୋଟ ମେଡିକାଲ୍ ରେ ଭର୍ତି କରି ଚିକିତ୍ସା କରାଯାଉଥିବା ବେଳେ ଉଭୟ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।