ଭୁବନେଶ୍ୱର : ତାତିରୁ ମିଳୁନି ନିସ୍ତାର । କଲବଲ କରୁଛି ଖରା । ହନ୍ତ ସନ୍ତ ହେଉଛି ଜନଜୀବନ । ସକାଳୁ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି । ପୁଣି ଆହୁରି ୪ ରୁ ୬ଡିଗ୍ରୀ ବଢ଼ିଯିବ ଦିନର ତାପମାତ୍ରା । ମେ ୧ ତାରିଖ ବେଳକୁ ତାତି ୪୮ ଡିଗ୍ରୀ ସେଲସିୟସ ଛୁଇଁଯିବା ସମ୍ଭାବନା ରହିଛି । ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସାମୟିକ ଆଶ୍ବସ୍ତି ଆଣିଥିଲା । ହେଲେ ପୁଣି ବଢ଼ିବ ତାତି । ଉତ୍ତର ଓ ଉତ୍ତର ପଶ୍ଚିମ ଆଡୁ ଶୁଷ୍କ ବାୟୁ ପ୍ରବେଶ କରୁଥିବା ରୁ ଏହା ପ୍ରଭାବରେ ଗରମ ଅଧିକ ଅନୁଭୂତ ହେଉଛି । ସକାଳ ସାଢେ ୮ ସୁଦ୍ଧା ରେକର୍ଡ ହୋଇଛି ବିଭିନ୍ନ ସ୍ଥାନର ତାପମାତ୍ରା । ତାଳଚେରର ତାପମାତ୍ରା ୩୬ ଡିଗ୍ରୀ, ଅନୁଗୁଳର ତାପମାତ୍ର ୩୫ ଡିଗ୍ରୀ, ବାଲେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୪.୨ ଡିଗ୍ରୀ, ଜଗତସିଂ ହପୁରର ତାପମାତ୍ରା ୩୪ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୩୩.୮ ଡିଗ୍ରୀ, ଭଦ୍ରକର ତାପମାତ୍ରା ୩୩.୭ ଡିଗ୍ରୀ, ଭବାନୀପାଟଣାର ତାପମାତ୍ରା ୩୩.୫ ଡିଗ୍ରୀ, ଝାରସୁଗୁଡା ର ତାପମାତ୍ରା ୩୩.୩ ଡିଗ୍ରୀ, ବୌଦ୍ଧାର ତାପମାତ୍ରା ୩୩ ଡିଗ୍ରୀ, ବାରିପଦାର ତାପମାତ୍ରା ୩୩ ଡିଗ୍ରୀ, କଟକର ତାପମାତ୍ରା ୩୨.୬ ଡିଗ୍ରୀ, ରାଉରକେଲାର ତାପମାତ୍ରା ୩୨.୨ ଡିଗ୍ରୀ, ନୟାଗଡର ତାପମାତ୍ରା ୩୨ ଡିଗ୍ରୀ, କେନ୍ଦ୍ରାପଡ଼ାର ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଛି ।