ପୁଣି ୨୭ ଓ ୨୮ଦୁଇ ଦିନ ବନ୍ଦ ରହିବ ଭିତରକନିକର ଜାତୀୟ ଉଦ୍ୟାନ

0

ରାଜନଗର:  ପୁଣି ୨୭ ଓ ୨୮ଦୁଇ ଦିନ ବନ୍ଦ ରହିବ ଭିତରକନିକର ଜାତୀୟ ଉଦ୍ୟାନ ।  ବାତ୍ୟା ‘ଦାନା’ ଭିତରକନିକା ଜାତୀୟ ଉଦ୍ୟାନରେ ଲ୍ୟାଣ୍ଡଫଲ କରିବା ପରେ କିଛି ମାତ୍ରାରେ କ୍ଷୟକ୍ଷତି ହୋଇଛି ।  ଏପରିକି ଲଘୁଚାପ ଜନିତ ଲଗାଣ ବର୍ଷା ୪ ଦିନ ହେବ ଲାଗି ରହିଛି ।  ବନ ବିଭାଗ ପକ୍ଷରୁ ବାତ୍ୟା ପାଇଁ ୨୩, ୨୪ ଓ ୨୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥିଲା ।  ଏବେ ଏହା ୨୮ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।