ପୁଣି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

0

ଭୁବନେଶ୍ୱର : ବିଫଳ ହେଲା ସର୍ବଦଳୀୟ ବୈଠକ । ପୁଣି ଶିକ୍ଷକ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହଟ ଗୋଳ ପାଇଁ ଗୃହ କାର୍ଯ୍ୟକୁ ଅପରାହ୍ନ ଚାରିଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ଶିକ୍ଷକ ପ୍ରସଙ୍ଗକ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରିଥିଲେ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହା ପଦକ୍ଷେପ ନିଆଯାଉଛି, ତାହା କେବଳ ଧର୍ମକୁ ଆଖି ଠାର ଭଳି । ଗତକାଲି ସଚିବ ଶିକ୍ଷକ ସଂଘ ସହ ଆଲୋଚନା ଦୀର୍ଘ ୪୫ ମିନିଟ ଧରି ଆଲୋଚନା କରିଥିଲେ । । ବିଭାଗୀୟ ସଚିବ ଦାବି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଏବେ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି । ଆମେ ଆଲୋଚନାର ଦ୍ୱାର ବନ୍ଦ କରି ଦେଇନୁ । ଆନ୍ତଃ ବିଭାଗୀୟ ବିଷୟ ବସ୍ତୁ କିଛି ରହୁଥିବାରୁ ତା ଉପରେ ଆଲୋଚନା କରାଯାଉଥିଲା । ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି । ସେଠି ଶିକ୍ଷକ ସଂଘ ସହ ଆଲୋଚନା କରିବେ । ଗୃହରେ ପ୍ରବଳ ହଟ୍ଟଗୋଳ । ପୁଣି ଥରେ ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି।