ପୁଣି ଖିଚିଂର ଐତିହାସିକ ମନ୍ଦିରର ହୁଣ୍ଡି କାଟି ଚୋରି କଲେ ଦୁର୍ବୁତ୍ତ

0

କରଞ୍ଜିଆ/ବସନ୍ତ କୁମାର ସୋରେନ : ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚକେଶ୍ୱରୀ । ମା କିଚକେଶ୍ୱରୀ ମନ୍ଦିରଟି ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ଖିଚିଂର ଐତିହାସିକ ମନ୍ଦିରରେ ଥିବା ମୁଖ୍ୟ ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ମୁଖ୍ୟ ହୁଣ୍ଡିରେ ଟଙ୍କା ସହିତ ସୁନା ଗହଣା ଦେଇଥାନ୍ତି ଭକ୍ତ । ଖିଚିଂ ମନ୍ଦିରରେ ୬ ମାସ ହେଲା ଦୁର୍ବୁତ୍ତ ଦୁଇ ଦୁଇ ଥର ହୁଣ୍ଡି ଭାଙ୍ଗି ଚୋରି କରିଛନ୍ତି ଦୁର୍ବୁତ୍ତ । ରରୁଆଁ ପୋଲିସ ପକ୍ଷରୁ ସେ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଖିଚିଂ ମନ୍ଦିର ସେବାୟତ ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।