ପୁଣି ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ

0

ପୁରୀ: ରୋହିତ ଜୈଶ୍ବାଲ 1973 ନାମରେ ଥିବା ଇନଷ୍ଟାଗ୍ରାମରେ ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ପୋଷ୍ଟ ହୋଇଛି । ରୋହିତ ନିଜେ ଭିଡିଓ କରି ଅପଲୋଡ କରିଥିବା ଜଣାପଡ଼ିଛି । ରଥଯାତ୍ରା ପରେ ଶ୍ରୀମନ୍ଦିର ଭିତରେ ଏହି ଭିଡିଓ କରାଯାଇଥିବା ଜଣାପଡିଛି । ମୋବାଇଲ ନେଇ ଶ୍ରୀମନ୍ଦିର ଭିତରେ ଏପରି ଭିଡ଼ିଓ ଉଠାଇବା ଘଟଣା ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ଏହା ପ୍ରଥମଥର ନୁହେଁ ଯେବେ ଭିଡିଓ ଭାଇରାଲ୍ ହୋଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତରର ଭିଡିଓ ଓ ଫଟୋ ଭାଇରାଲ୍ ହୋଇଛି ।