ପାରାଦୀପ / ପ୍ରଶାନ୍ତ କୁମାର ସ୍ଵାଇଁ : ପୁଣି ଧାରଣା ସ୍ଥଳରେ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହେଲେ ଶ୍ରମିକ | ଶ୍ରମିକ ହେଉଛନ୍ତି ନଟବର ଗୋଚ୍ଛାୟତ | ଆଜକୁ ୨୨ ଦିନ ହେବ ପାରାଦୀପ ତୈଳ ବିଶୋଧନାଗାର ସାଉଥ ଗେଟ ଆଗରେ ପାଇପ ଲାଇନ ଡିଭିଜନ ର ଶ୍ରମିକ ମାନଙ୍କ ଚାଲିଥିବା ଧାରଣା ସ୍ଥଳରେ ସେ ବସିଥିବା ବେଳେ ହଠାତ ଅସୁସ୍ଥ ହୋଇ ଚେତା ଶୂନ୍ୟ ହୋଇ ପଡିଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ୍ ଯୋଗେ ମେଡିକାଲ ନିଆଯାଇଥିଲା ବେଳେ ଶ୍ରମିକ ମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ବିଶୋଧନାଗାର ମୁଖ୍ୟ ଫାଟକ ଆଗରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଉଠି ଯାଇଥିବା ବେଳେ ପାଇପ ଲାଇନ ଡିଭିଜନ ର ଶ୍ରମିକ ମାନଙ୍କ ଧାରଣା ଏବେ ବି ବଳବତ୍ତର ରହିଛି |