ଓଡିଶାରୁ ହାଇଦ୍ରାବାଦକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ଆନ୍ଧ୍ର ପୋଲିସ

0

ମାଲକାନଗିରି / ଆଶିଷ୍ କୁମାର ବାଇନ୍ : ଓଡିଶାରୁ ହାଇଦ୍ରାବାଦକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ଆନ୍ଧ୍ର ପୋଲିସ । ୩ ଲକ୍ଷ ୮୦ ହଜାର ଟଙ୍କା ଗଞ୍ଜେଇ ସହ ଗୋଟିଏ ଟ୍ରକ ଓ ସ୍କୋରପିଓ ଜବତ କଲା ଆନ୍ଧ୍ର ର ବାଦ୍ରାଚେଲାମ ଟାଉନ ଥାନା ପୋଲିସ । କୁନାଭରମ ରୋଡ଼ ର CRPF କ୍ୟାମ୍ପ ନିକଟରେ ଗାଡି ଯାଞ୍ଚ ସମୟରେ ଧରିଥିଲା ପୋଲିସ । ତେବେ ଅଭିଯୁକ୍ତ ମାନେ ମାଲକାନଗିରି ଜିଲ୍ଲା କାଲିମେଳା ସହରର ଅଭି ଖିଲ, ସୁଶାନ୍ତ କୁଣ୍ଡୁ ଏବଂ ଗୁରୁ ଚାନ୍ଦ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, କାଲିମେଳା ରୁ ହାଇଦ୍ରାବାଦ କୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ଓଡିଶା ସୀମା ବୋର୍ଡର ପାରି ହୋଇ ହାଇଦ୍ରାବାଦ କୁ ଚୋରା ଚାଲାଣ କରୁଥିଲେ ଅଭିଯୁକ୍ତ । ହେଲେ ବାଦ୍ରାଚେଲାମ କୁନାଭରମ ରୋଡ଼ ର CRPF କ୍ୟାମ୍ପ ନିକଟରେ ଗାଡି ଯାଞ୍ଚ ସମୟରେ ପୋଲିସ ଆଗରେ ଧରା ପଡିଲେ ଗଞ୍ଜେଇ ଅଭିଯୁକ୍ତ । ଘଟଣା ସ୍ଥଳରୁ ତିନି ଅଭିଯୁକ୍ତ ଫେରାର ହୋଇଥିଲେ । ଟ୍ରକ ରୁ ୧୯ କେଜି ଗଞ୍ଜେଇ ଜବତ ହୋଇଥିଲା ଯାହାର ମୂଲ୍ୟ ୩ ଲକ୍ଷ ୮୦ ହଜାର ଟଙ୍କା ଗାଡି ପୋଲିସ ଥାନାରେ ରଖିଥିବା ବେଳେ ଏକ ମାମଲା ରୁଜୁ କରି କୋର୍ଟ ଫୋରବାର୍ଡ କରାଯାଇଛ । ଘଟଣାରେ ଆହୁ କିଏ କିଏ ସମ୍ପୃକ୍ତ ଅଛନ୍ତି ସବୁର ତଦନ୍ତ କରୁଛି ବୋଲି ବାଦ୍ରାଚେଲାମ ର ASP ପାରିତୋଶ ପଙ୍କଜ ସୂଚନା ଦେଇଛନ୍ତି ।