ଆଖି ବୁଜିଲେ ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡି

ପରଲୋକରେ ଆନ୍ଧ୍ର ପ୍ରଦେଶ ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡି।

0

(ହ୍ରାଇଦ୍ରାବାଦ) : ପରଲୋକରେ ଆନ୍ଧ୍ର ପ୍ରଦେଶ ଶିଳ୍ପ ମନ୍ତ୍ରୀ ମେକାପତି ଗୌତମ ରେଡ୍ଡି। ୫୦ ବର୍ଷ ବୟସରେ ସୋମବାର ହାଇଦ୍ରାବଦ ସ୍ଥିତ ଆପୋଲୋ ହସ୍ପିଟାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆପୋଲୋ ହସ୍ପିଟାଲ ନିଆଯାଇଥିଲା ସେଠାରେ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ।

ସୂଚନାନୁଯାୟୀ , ରେଡ୍ଡି ଆନ୍ଧ୍ର ପ୍ରଦେଶ ନେଲ୍ଲୋର ଜିଲ୍ଲାର ଅତ୍ମକୁରୁ ବିଧାନସଭା ଆସନରେ ବିଧାୟକ ରହିଥିଲେ। ସେ ଜଗମୋହନ ରେଡ୍ଡିଙ୍କ ଦଳ ୱାଇଏସଆର କଂଗ୍ରେସ ନେତା ରହିଥିଲେ। ଏବଂ ଜଗମୋହନ ସରକାରଙ୍କ କ୍ୟାବିନେଟର ଶିଳ୍ପ ମନ୍ତ୍ରାଣୟ ସହିତ ବାଣିଜ୍ୟ, ଆଇଟି ଓ ସ୍କିଲ ଡେଭ୍ଲପମେଣ୍ଟ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ।