ଶରୀରରେ ହିମୋଗ୍ଲୋବିନ୍‌ସ୍ତର କମିଗଲେ ଆମିଷ ଖାଦ୍ୟ ଜରୁରୀ

ଆମ ଦେଶ ତଥା ରାଜ୍ୟର ପ୍ରାୟ ମହିଳା ଆନେମିଆରେ ପୀଡିତ । ଏ ଧାରଣା ଆଦୌ ଠିକ୍‌ ନୁହେଁ । ଆନେମିଆ କ’ଣ?

0

(ଦିଲ୍ଲୀ) : ଆମ ଦେଶ ତଥା ରାଜ୍ୟର ପ୍ରାୟ ମହିଳା ଆନେମିଆରେ ପୀଡିତ । ଏ ଧାରଣା ଆଦୌ ଠିକ୍‌ ନୁହେଁ । ଆନେମିଆ କ’ଣ?
ଆନେମିଆ ହେଉଛି ଏମିତି ସ୍ଥିତି ଯେଉଁଠାରେ ବ୍ୟକ୍ତିର ଶରୀରରେ ଥିବା ଲୋହିତ ରକ୍ତ କଣିକାର ସଂଖ୍ୟା କମିଥାଏ କିମ୍ବା ହିମୋଗ୍ଲୋବିନ୍‌ସ୍ତର ଆବଶ୍ୟକତାଠାରୁ କମ୍‌ ରହିଥାଏ । ହିମୋଗ୍ଲୋବିନ୍‌ ସ୍ତର ବୟସ ଓ ଲିଙ୍ଗବିଶେଷରେ ଭିନ୍ନ ହୋଇଥାଏ । ତଥାପି ଏହାର ସାଧାରଣସ୍ତର ପୁରୁଷଙ୍କ କ୍ଷେତ୍ରରେ ୧୩.୮ରୁ ୧୭.୨ ଗ୍ରାମ୍‌ କ୍ଟ୍ରରକ୍ସ ୟରମସକ୍ଷସଗ୍ଧରକ୍ସ ରହୁଥିବା ବେଳେ ମହିଳାଙ୍କଠାରେ ୧୨.୧ ରୁ ୧୫.୧ ହେବା ଆବଶ୍ୟକ । ଆନେମିଆ ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଦିଏ । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ବେଶି ଦେଖାଦେଇଥାଏ ।

ଉପକାରିତା :-
ଏହାବ୍ୟତୀତ ଆଇରନ୍‌ ଅଭାବ, ଭିଟାମିନ୍‌ ବି-୧୨ର ଅଭାବ, ଋତୁସ୍ରାବରେ ଅତ୍ୟଧିକ ରକ୍ତସ୍ରାବ ଓ ଜିନ୍‌ଗତ ସମସ୍ୟାରୁ ଆନେମିଆ ରହିଥାଏ । ଆନେମିଆର କାରଣ ଖୋଜିବା ପରେ ହିଁ ଏହାର ଚିକିତ୍ସା କରାଯିବା ଆବଶ୍ୟକ । କାରଣକୁ ଯାଇ ଚିକିତ୍ସା କଲେ ହିଁ ଏଥିରୁ ସୁସ୍ଥ ହେବା ସହଜ ହୋଇଥାଏ । ଆଇରନ୍‌ ଅଭାବରୁ ଆନେମିଆ ହୋଇଥିଲେ ଆଇରନ୍‌ଯୁକ୍ତ ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରି । ଯେମିତିକି ପାଳଙ୍ଗ ଶାଗ, ସୋୟାବିନ୍ସ, ରାଜ୍‌ମା, ସେଓ, କଦଳୀ, ଡାଳିମ୍ବ । ସେହିପରି ବିଭିନ୍ନ ଡ୍ରାଏଫ୍ରୁଟ୍ସ ଆପ୍ରିକୋଟ୍‌, କିଶ୍‌ମିଶ, ଖଜରା, କାଜୁ, ଆଲମଣ୍ଡ, ୱାଲନଟ୍‌, ବାଦାମ, କଖାରୁ ମଞ୍ଜି ଆଦିକୁ ଖାଦ୍ୟରେ ସାମିଲ୍‌ କରନ୍ତୁ । ଏହାବ୍ୟତୀତ ବିଟ୍‌ ଜୁସ୍‌ ମଧ୍ୟ ନେଇପାରିବେ । ସେହିପରି ଭିଟାମିନ୍‌-ବି ୧୨ର ଅଭାବ ଥିଲେ । ଆମିଷ ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରି ।