କଟକ : ତଳରୁ ତଳିପା ସରକାରୀ କାମ କଲୁ, ଆଉ ଚାକିରି ରୁ ଅବସର ପରେ ଭିକ ମାଗିଲୁ । ଏଭଳି ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ସାଲେପୁର ଅଙ୍ଗନବାଡ଼ି ସଂଘ । ଆଜି ଏ ଭଳି ୭ ଦଫା ଦାବି ନେଇ ସାଲେପୁର ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ ବା ସିଡିପିଓ ଙ୍କ ଅଫିସ ଆଗରେ ଧାରଣା ବସିଛନ୍ତି ବ୍ଲକ ର ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଓ୍ବାର୍କର । ବିଭିନ୍ନ ସମୟରେ ଏହି ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସରକାର ସାମାଜିକ କ୍ଷେତ୍ରରେ କିମ୍ବା ମହାମାରୀ କୋଭିଡ୍ ସମୟରେ ଘରକୁ ଘର ଯାଇ ତଦାରଖ କରିବାର ଆଦେଶ ଦେଇଥିବା ବେଳେ ଭୁଲିଗଲେ ଏହି ମା ଭଉଣୀ ମାନଙ୍କ ଜୀବନ ଜୀବିକା ଓ ପେଟ ପାଟଣା କୁ। ଆଉ ସରକାର ଏମାନଙ୍କ ଦାବି ବୁଝିବେ ବୁଝିବେ କହି ସମୟ ଟାଳି ଚାଲିଲେ । ଫଳରେ ଦୀର୍ଘ ଦିନ ଅପେକ୍ଷା କରି ଗତ କାଲି ଭୁବନେଶ୍ୱର ର ଲୋୟର ପିଏମଜି ଠାରେ ଓଡିଶା ର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନ କରିଥିଲେ। ଆଉ ଆଜି ସାଲେପୁର ର ସିଡିପିଓ ଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।