କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକର କାର୍ଯ୍ୟରତ ଅଙ୍ଗନାୱାଡି କର୍ମୀ ସଙ୍ଘର ସଭାନେତ୍ରୀ ମାନସି ମହାପାତ୍ର,ସମ୍ପାଦିକା ଶାନ୍ତିଲତା ଶତପଥୀଙ୍କ ନେତୃତ୍ୱରେ ଆଜି କଙ୍କଡାହାଡ଼ ବ୍ଲକ ସିଡିପିଓ କାର୍ଯ୍ୟାଳୟ ସାମ୍ନାରେ ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ସିଡିପିଓଙ୍କ ପାଖରେ ଦେଇ ଅନିର୍ଦ୍ଦିଷ୍ଟ ପାଇଁ ଧାରଣାରେ ବଶିଛନ୍ତି । ସେମାନଙ୍କ ଦାବି ୨୦୧୮ ମସିହାରେ ବହିସ୍କୃତ ହେଇଥିବା ୬ ଜଣ ଅଙ୍ଗନାୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି, ଅଙ୍ଗନାୱାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମିନି ଅଙ୍ଗନାୱାଡି ଉଛେଦ କରି ମୁଖ୍ୟ ଅଙ୍ଗନାୱାଡି କର୍ମୀ ମାନ୍ୟତା, ଅଙ୍ଗନାୱାଡି କାର୍ମଚାରି, ମିନି ଅଙ୍ଗନାୱାଡି କର୍ମଚାରୀ ଓ ସହାୟକ ମାନଙ୍କୁ ଅବସର କାଳୀନ ସହାୟତା ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନାୱାଡି କାର୍ମଚାରି ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ପରିବାରକୁ ୫ ଲକ୍ଷ ଟଙ୍କା ଓ ପରିବାରର ଜଣକୁ ନିଯୁକ୍ତି ଦିଆଯାଉ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନାୱାଡି କର୍ମଚାରୀଙ୍କୁ ବାଦ ଦିଆଯାଉ । ନୂତନ ଶିକ୍ଷାନୀତିରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ସମସ୍ତ ଅଙ୍ଗନାୱାଡି କର୍ମଚାରୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା,୫୦% ଅଙ୍ଗନାୱାଡି କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଉଥିଲା ବେଳେ ଆଉ ୫୦% ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନାୱାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦପି ରେ ପଦୋନ୍ନତି ଦିଆଯାଉ । ଏହିଭଳି ୮ ଗୋଟି ଦଫା ର ଦାବି ନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରଣୀଙ୍କ କାର୍ୟ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।