ଗାୟତ୍ରୀ ସ୍ୱୟଂସହାୟକ ଦଳର ଛତୁଆ ବଣ୍ଟନକୁ ବିରୋଧ କରିଛନ୍ତି ଅଙ୍ଗନୱାଡି କର୍ମୀ 

0

ରାଇଘର : ଗତ ନଭେମ୍ବର ମାସ ୨୧ତାରିଖ ଠାରୁ ଓଡ଼ିଶା ସାରା ର ଅଙ୍ଗନବାଡି କର୍ମୀ ୮ ଦଫା ଦାବି ପୂରଣ ପାଇଁ ଧର୍ମଘଟ ଚାଲୁ ରଖି ଦାବୀ ପୂରଣ ନ ହେବା ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟ ବନ୍ଦ ଡାକରା ଦେଇଛନ୍ତି । କିନ୍ତୁ ଅଙ୍ଗନବାଡି କର୍ମୀଙ୍କ ବାରଣ ସତ୍ତ୍ୱେ ଗାୟତ୍ରୀ ସ୍ୱୟଂସହାୟକ ଦଳ ବିଭିନ୍ନ ସେକ୍ଟରକୁ ଯାଇ ଅଙ୍ଗନବାଡି କର୍ମୀ ଓ ପାଚିକାଙ୍କ ଅନୁପସ୍ଥିତିରେ ନିଜେ ଜାଲ ଦସ୍ତଖତ କରି ବିଭିନ୍ନ ଲୋକଙ୍କ ଘରେ ଛତୁଆ ଛାଡି ଦେଇଥିବା ଅଙ୍ଗନୱାଡ଼ି କର୍ମୀ କହିଛନ୍ତି । ସେଥି ମଧ୍ୟରୁ କିଛି ସ୍ଥାନର ଛତୁଆକୁ ପରେ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ଯାଇ ଛତୁଆ ବଣ୍ଟନ କରିଥିବା ବେଳେ ଆଉ କିଛି ଛତୁଆ ଲୋକଙ୍କ ଘରେ ଏବେ ପର୍ୟ୍ୟନ୍ତ ପଡି ରହିଥିବା ଦେଖିବାକୁ ମିଳିଛି । ଛତୁଆ ତିଆରି ହେବା ପରେ ଏକ ମାସ ମଧ୍ୟରେ ତାହା ବ୍ୟବହାର ଉପଯୋଗୀ ବୋଲି ପ୍ୟାକେଟରେ ସ୍ପଷ୍ଟ ଭାବରେ ଲେଖା ରହିଛି । କିନ୍ତୁ ଗତ ନଭେମ୍ବର ମାସର ଛତୁଆ ଏବେ ପର୍ୟ୍ୟନ୍ତ ବିଭିନ୍ନ ଲୋକଙ୍କ ଘରେ ବଣ୍ଟନ ନହୋଇ ରହିଥିବା ଅଙ୍ଗନବାଡି କର୍ମୀ କହିଛନ୍ତି । ସେହି ଛତୁଆ କୁ ପିଲାମାନଙ୍କୁ ଖାଇବା ପାଇଁ ଦିଆ ଯିବ ନା ପ୍ୟାକେଟ ସହ ତାରିଖ ବଦଳାଇ ପୁନର୍ବାର ବଣ୍ଟା ଯିବ ତେବେ ପିଲାଙ୍କ ସ୍ୱାସ୍ଥ୍ୟ ଵସ୍ଥା କଣ ହେବ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ନଭେମ୍ବର ମାସରେ ନିଜ ମନମର୍ଜିରେ ଗାଁ ଗାଁ ରେ ଛତୁଆ ବଣ୍ଟନ କରୁଥିବା ଦେଖି ବାଣ୍ଟିବାକୁ ମନା କରିଥିବା ସ୍ୱତ୍ତ୍ୱ ପୁନର୍ବାର ଆଜି ସଖାଳୁ ଗାୟତ୍ରୀ ସ୍ୱୟଂସହାୟକ ଦଳ ର ଦୁଇଟି ପିକ ଅପ ଗାଡି ରାଇଘର ନୂଆପାରା ଗ୍ରାମକୁ ଛତୁଆ ବଣ୍ଟନ କରିବାକୁ ଯାଇଥିଲା । ସେଠାରେ ଅଙ୍ଗନବାଡି କର୍ମୀ ମାନେ ମନା କରିଥିଲେ ମଧ୍ୟ ସେଠାରୁ ବାହାରି ଯୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ବଡ଼ପାରା କୁ ଯାଇଥିଲେ । ପରେ ଅଙ୍ଗନବାଡି କର୍ମୀ ମାନେ ଉତ୍ୟକ୍ତ ହୋଇ ଦୁଇ ଘଣ୍ଟା ଧରି ଛତୁଆ ବଣ୍ଟନ ଗାଡିକୁ ବଡପାରା ଠାରେ ଅଟକ ରଖି ପୁନର୍ବାର ଛତୁଆ ଗାଡିକୁ ଦେଖିଲେ ନିଆଁ ଲଗେଇ ଦେବୁ ବୋଲି ଚେତାବନୀ ଦେଇ ଦୁଇଟି ଯାକ ଗାଡିକୁ ଛାଡି ଦେଇ ଥିଲେ । ବର୍ତ୍ତମାନ ସମସ୍ତ ମନରେ ଗୋଟିଏ ପ୍ରଶ୍ନ ଯଦି ପ୍ରସ୍ତୁତ ଛତୁଆକୁ ଅଙ୍ଗନୱାଡି କର୍ମୀ ମାନେ ବଣ୍ଟନ କରିବା ପାଇଁ ନ ଦିଅନ୍ତି ତେବେ ଏହା ଏକ ମାସ ପରେ ଏହା ଖାଦ୍ୟ ପାଇଁ ଉପଯୁକ୍ତ ନୁହେଁ । ପୁନର୍ବାର ଏହାକୁ ନୂଆ ପ୍ୟାକେଟ ସହ ତାରିଖ ବଦଳାଇ ବଣ୍ଟନ କରାଯିବ ନାହିଁ ତ? ଏହାକୁ ନେଇ ଉଠୁଛି ପ୍ରଶ୍ନ ।