ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ ଓ ଗୁଣିବ୍ୟକ୍ତି ସମ୍ମାନ ଅନୁଷ୍ଠିତ

0

ଅନୁଗୋଳ (ସୁଧାକର ସାହୁ) : ଅନୁଗୋଳ ସହରର ଟାଉନ ହଲ ଠାରେ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ପ୍ରଥମ ବାର୍ଷିକ ଉତ୍ସବ ମହା ଆଡମ୍ଭରରେ ପାଳିତ ହୋଇଯାଇଛି । ଏହି ଅଵସରରେ ମୁଖ୍ୟ ଅତିଥି ଭାବେ ଆଦର୍ଶ ଶିକ୍ଷା ସମୂହର ଅଧକ୍ଷ ଡ଼କ୍ଟର ମହେଶ ଚନ୍ଦ୍ର ଧଳ ଯୋଗ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବରେ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡ଼କ୍ଟର ଅକ୍ଷୟ କୁମାର୍ ପଣ୍ଡା , ସଂମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ପୂର୍ବତନ ଅଧକ୍ଷ ଡ଼କ୍ଟର ଧରଣୀ ଧର ନାଥ , ଅନ୍ୟ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ପର୍ଶୁରାମ ଦାସ , ସମାଜ ସେବୀ ଚିନ୍ମୟୀ ଦାସ , ଶ୍ରୀ ଶିରିଡ଼ି ସାଇ ଆତ୍ମା ଦର୍ଶନ ଚାରିଟେବୁଲ ଟ୍ରଷ୍ଟର ସଭାପତି ବିଦ୍ୟାଧର ନାଏକ ଓ ସମାଜ ସେବୀ ଅଜୟ ତ୍ରିପାଠୀ  ଯୋଗ ଦେଇଥିଲେ ।ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ।

ଅତିଥି ମାନେ ସମାଜରେ ଗଣ ମାଧ୍ୟମର ଭୂମିକା ଉପରେ ଆଲୋଚନା କରୁଥିଲେ । ସେହିପରି ମୁଖ୍ୟ ବକ୍ତା ଡ଼କ୍ଟର ପଣ୍ଡା ସାଧାରଣ ନିର୍ବାଚନରେ ଗଣମାଧ୍ୟମର ଭୂମିକା ବିଷୟରେ ଆଲୋଚନା କରିବା ସହ କିଭଳି ଗଣ ମାଧ୍ୟମ ଚାହିଁଲେ ସମାଜରେ ଏକ ବିରାଟ ପରିବର୍ତନ ଆସି ପାରିବ ଓ ସ୍ୱାଧୀନତା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସମାଜରେ ଜାଗ୍ରତ ପ୍ରହରୀ ସଦୃଶ ଗଣ ମାଧ୍ୟମ କିଭଳି କାର୍ଯ୍ୟ କରୁଛି ସେ ବିଷୟରେ ଅବଗତ କରାଇଥିଲେ ।

ଏହା ପରେ ସଂସ୍କୃତିକ କାର୍ଯ୍ୟକ୍ରମରେ ନାଲକୋର ଏନ୍.ସି.ଡି.ଏ ଡ୍ୟାନ୍ସ ଗ୍ରୁପ,  ଆଦର୍ଶ ଡ୍ୟାନ୍ସ ଗ୍ରୁପ , ସାରେଗାମା ଡ୍ୟାନ୍ସ ଗ୍ରୁପ,ନଟରାଜ ଏକାଡେମି ସହ 6ଟି ଗ୍ରୁପର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ୍ୟାନ୍ସ ପରିବେଷଣ କରିଥିଲେ । ଏହା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଭିନ୍ନ ବିଭାଗରେ ନିଜର ଗୁଣ କୀର୍ତି ପାଇଁ ଆଦୃତ ଲାଭ କରିଥିବା ଜିଲ୍ଲା ତଥା ଜିଲ୍ଲା ବାହାର ବ୍ୟକ୍ତି ବିଶେଷ ଙ୍କୁ ଗୁଣୀ ବ୍ୟକ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା ପରେ ସମ୍ପାଦକ ବିଭୁତି ଭୂଷଣ ପ୍ରଧାନଙ୍କ ଦ୍ଵାରା ଅତିଥି ମାନଙ୍କୁ ଧନ୍ୟଵାଦ ଅର୍ପଣ କରାଯାଇ ବାର୍ଷିକ ଉତ୍ସବକୁ ସାଙ୍ଗ କରାଯାଇଥିଲା ।