କେତେ ସୁରକ୍ଷିତ ଜଙ୍ଗଲ ସଫାରୀ ?

ଆଜିକାଲି ଯୁବପିଢିଙ୍କୁ ଅତ୍ୟଧିକ ଜଙ୍ଗଲ ସଫାରୀକୁ ପ୍ରାଧାନ୍ୟ ଦେଉଛନ୍ତି

0

(ସୋସିଆଲମିଡ଼ିଆ) : ଆଜିକାଲି ଯୁବପିଢିଙ୍କୁ ଅତ୍ୟଧିକ ଜଙ୍ଗଲ ସଫାରୀକୁ ପ୍ରାଧାନ୍ୟ ଦେଉଛନ୍ତି  । ଏବେ ଏହା ଏକପ୍ରକାର ଟ୍ରେଣ୍ଡ ପାଲଟିଲାଣି । ପଶୁ ପକ୍ଷୀଙ୍କୁ ସାମ୍ନାରେ  ଦେଖିବା ପାଇଁ ଲୋକଙ୍କ ଖୁସି କହିଲେ ନସରେ । ସରକାରଙ୍କ ପକ୍ଷରୁ ଅଧିକାଂଶ ରିଜର୍ଭ ଅଞ୍ଚଳରେ ଜଙ୍ଗଲ ସଫାରୀର ବ୍ୟବସ୍ଥା ମଧ୍ୟ ହୋଇଛି । ଯେଉଁଠି ନିମନ୍ତେ ଯୁବପିଢିଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଉଛି । ତେବେ ଆଜି ଆମେ ଯେଉଁ ଭିଡିଓ ଦେଖାଇବୁ, ତାକୁ ଦେଖିଲା ପରେ ଆପଣ ଚକିତ ହୋଇଯିବେ  ।

ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କିଛି ପର୍ଯ୍ୟଟକ ଗାଇଡ୍‌ ସହ ଜଙ୍ଗଲ ସଫାରୀ କରିବାକୁ ଯାଇଛନ୍ତି । ଆଉ ସେତିକି ବେଳେ ବିରାଟ ବାଘ ତାଙ୍କ ସାମ୍ନାକୁ ଆସୁଛି । ତାକୁ ଦେଖି ଗାଡ଼ିରେ ବସିଥିବା ପର୍ଯ୍ୟଟକ ଭୟରେ ଚିତ୍କାର କରିବାକୁ ଲାଗିଲେ । ଆଉ ଲୋକଙ୍କ ଚିତ୍କାର ଶୁଣି ବାଘଟି ଚିଡ଼ି ଯାଉଛି । ଏମିତିକି ବାଘଟି ରାଗି ଯାଇ ଲୋକଙ୍କ ଆଡ଼ୁ ମାଡ଼ି ଆସୁଛି । ହେଲେ ଗାଇଡ୍‌ ଜଣକ ଲୋକଙ୍କୁ ଚୁପ୍‌ ରହିବାକୁ କହୁଛନ୍ତି। ବାଘଟି ସେଠାରୁ ପ୍ରଥମେ ଦୌଡ଼ି ପଳାଇଥିଲା କିନ୍ତୁ ଲୋକଙ୍କ ପାଟି ଶୁଣି ପୁଣି ଫେରିଥିଲା । ଏମିତିକି ଦୁଇ ଥର ଫେରିବା ପରେ ଶେଷରେ ବାଘଟି ସୌଭାଗ୍ୟ ବଶତଃ ଜଙ୍ଗଲ ଭିତରକୁ ପଳେଇଛି ।

 

ହେଲେ ଦର୍ଶକ ବନ୍ଧୁ ଏଥିରୁ କଣ ଜାଣିଲେ ?  ଜଙ୍ଗଲୀ ଜନ୍ତୁଙ୍କୁ ଚିଡ଼ାଇବା କିମ୍ବା ତାଙ୍କର କୌଣସି କ୍ଷତି କଲେ, ସେମାନେ ହିଂସ୍ର ହେବାର ଯଥେଷ୍ଠ ଆଶଙ୍କା ରହିଛି।