କୋର୍ଟରେ କରୋନା ବିସ୍ପୋରଣ , ୩୦ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ

ରାଜ୍ୟରେ ଗୋଟେ ପଟେ କରୋନା ସଂକ୍ରମଣ ସମୁଦ୍ର ପରି ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ସହରରେ କରୋନାର ଦୃଶ୍ୟ ପଟ ବଦଳିବାରେ ଲାଗିଛି ।

0

(ଅନୁଗୁଳ) : ରାଜ୍ୟରେ ଗୋଟେ ପଟେ କରୋନା ସଂକ୍ରମଣ ସମୁଦ୍ର ପରି ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ସହରରେ କରୋନାର ଦୃଶ୍ୟ ପଟ ବଦଳିବାରେ ଲାଗିଛି । ଅନୁଗୁଳ କୋର୍ଟ୍‌ରେ ବିପୁଳ ପରିମାଣର କରୋନା ସଂକ୍ରମିତ ଚିନ୍ହଟ ହୋଇଛନ୍ତି । ସଂକ୍ରମଣ ଶୃଙ୍ଖଳକୁ ଛିନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୋର୍ଟ୍‌କୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି ।

ସୂଚନାନୁଯାୟୀ , ଗତ କିଛି ଦିନ ହେଲା କୋର୍ଟ୍‌ରେ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଏହା ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଛି।। ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୭୫ଜଣ ଚିକିତ୍ସା ଜାରି ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୪୪୦ କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୪୪୪୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୫୭୯୭ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୬୦୦୬୭ ଜଣ ସୁସ୍ଥ ହୋଇଛନ୍ତି ।